ନୂଆଦିଲ୍ଲୀ: ଟାଟା ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ରତନ ଟାଟା ଅସୁସ୍ଥ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି ବୋଲି ସୋସିଆଲ୍‌ ମିଡିଆରେ ଏକ ଖବର ଘୂରି ବୁଲୁଛି। ଏବେ ଜାଣିବାକୁ ମିଳିଛି ଯେ ଏହା ଏକ ଗୁଜବ। ବାସ୍ତବରେ ରତନ ଟାଟା ସୁସ୍ଥ ଅଛନ୍ତି। 

Advertisment

ବିଶିଷ୍ଠ ଶିଳ୍ପପତି ରତନ ଟାଟାଙ୍କ ଖରାପ ସ୍ୱାସ୍ଥ୍ୟବସ୍ଥା ନେଇ ସୋସିଆଲ୍‌ ମିଡିଆରେ ନୀକଟ ଅତୀତରେ ଖୁବ୍ ଜୋର୍‌ ଚର୍ଚ୍ଚା ଉଠିଥିବା ବେଳେ ଏହି ଚର୍ଚ୍ଚାରେ ଏବେ ପୂର୍ଣ୍ଣଛେଦ ପଡ଼ିଯାଇଛି।

କାରଣ ନିଜେ ରତନ ଟାଟା ଏନେଇ ସୂଚନା ଦେଇଛନ୍ତି। ରତନ ଟାଟାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି ବୋଲି ଖବର ପ୍ରସାରଣ ହେଉଥିଲା। ରତନ ଟାଟା ଆଇସିୟୁରେ ଭର୍ତ୍ତି ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ସୋସିଆଲ ମିଡିଆରେ ସ୍ପଷ୍ଟୀକରଣ ରଖିଛନ୍ତି ସେ ନିଜେ।

ସେ ତାଙ୍କ ସ୍ପଷ୍ଟୀକରଣ ରଖି ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ପାଇଁ ଏତେ କଥା ଚିନ୍ତା କରୁଥିବାରୁ ସେ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ରତନ ଟାଟା ଆହୁରି ମଧ୍ୟ କହିଛନ୍ତି ସେ ସେ ଅସୁସ୍ଥ ଅଛନ୍ତି ବୋଲି ମିଥ୍ୟା ଖବର ପ୍ରଚାର କରାଯାଉଛି।  ସେ କେବଳ ରୁଟିନ୍ ଚେକ ଅପ୍ ପାଇଁ ହସ୍ପିଟାଲ ଯାଇଥିଲେ। ଏବେ ସେ ସୁସ୍ଥ ଅଛନ୍ତି।