ମୁମ୍ବାଇ: ପରଲୋକରେ ଶିଳ୍ପପତି, ବ୍ୟବସାୟୀ ଏବଂ ଟାଟା ସନ୍‌ସର ପୂର୍ବତନ ଅଧ୍ୟକ୍ଷ ରତନ ଟାଟା। ସେ ତାଙ୍କର ଜନହିତକର କାର୍ଯ୍ୟ ପାଇଁ ବେଶ ଜଣାଶୁଣା। ଟାଟା ତାଙ୍କ ଜୀବନ ଏବଂ ବ୍ୟବସାୟରେ ସବୁ ବର୍ଗର ଲୋକଙ୍କ ଉପରେ  ଛାପ ଛାଡିଛନ୍ତି। ରତନ ଟାଟା ଜଣେ ସଫଳ ବ୍ୟବସାୟୀ ହେବା ସତ୍ତ୍ୱେ କେବେ ବି ନିଜ ଧନସମ୍ପତ୍ତି କିମ୍ବା ପ୍ରଭାବକୁ ନେଇ ଆଦୌ ଦେଖାଣିଆ ବା ଅହଂକାରୀ ହୋଇ ନାହାନ୍ତି । ତାଙ୍କ ନେତୃତ୍ୱରେ ଟାଟା ମୋଟର୍ସ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିବାରେ ସକ୍ଷମ ହୋଇଥିବାରୁ ତାଙ୍କୁ ବହୁ ଉଦ୍ୟୋଗପତି ସମ୍ମାନ କରନ୍ତି।

Advertisment

ଚମତ୍କାର କ୍ୟାରିୟର ଓ ଅମାପ ସଂପତ୍ତି ଅଧିକାରୀ ହେବା ସତ୍ତ୍ୱେ ବ୍ୟବସାୟ ଜଗତର ଏହି ‘ବାଦଶାହା’ କେବେ ବି ବିବାହ ବନ୍ଧନରେ ବାନ୍ଧି ହୋଇ ନଥିଲେ। ନିକଟରେ ଲସ୍‌ ଆଞ୍ଜେଲସରେ ଏକ ‘ପୋଡକାଷ୍ଟ’ ସାକ୍ଷାତକାରରେ ୮୫ ବର୍ଷୀୟ ଟାଟା ବର୍ଣ୍ଣନା କରିଥିଲେ ଯେ ସେ କିପରି ଥରେ ବିବାହ କରିବାର ନିକଟତର ହୋଇଥିଲେ। ‘ହ୍ୟୁମନ୍‌ସ ଅଫ୍‌ ବମ୍ବେ’କୁ ଦେଇଥିବା ଏକ ସାକ୍ଷାତକାରରେ ଟାଟା ଲସ୍‌ ଆଞ୍ଜେଲସରେ ଜଣେ ମହିଳାଙ୍କୁ ଭେଟିବାର ବିଷୟରେ କହିଥିଲେ ଏବଂ ତାଙ୍କ ସହ ଏକପ୍ରକାର ବିବାହ ଭଳି ସଂପର୍କ ସ୍ଥାପନ କରିଥିଲେ। ମାତ୍ର ତାହା ସେଇଠାରେ ହିଁ ଅଟକି ଯାଇଥିଲା।

ଟାଟା ସ୍ୱୀକାର କରିଥିଲେ ଯେ ପରବର୍ତ୍ତୀ ସମୟରେ ସେ ଅନେକ ମହିଳାଙ୍କୁ ଭେଟିଥିଲେ ମଧ୍ୟ  ଜଣେ ହେଲେ କାହାକୁ ‘ପତ୍ନୀ’ ସମ୍ବୋଧନ ଯୋଗ୍ୟ ପାଇନଥିଲେ । ମୁଁ ଲସ୍‌ ଆଞ୍ଜେଲସରେ ଏକରକମର ‘ପ୍ରାୟ ବିବାହ’ କରିଥିଲି ବୋଲି ଟାଟା କହିଥିଲେ।

ଶିଳ୍ପପତି ଟାଟା କହିଥିଲେ ଯେ ୧୯୬୨ ମସିହାରେ ଭାରତ-ଚୀନ ଯୁଦ୍ଧ ଆରମ୍ଭ ହେବା ପରେ ତାଙ୍କ ସାଥିଙ୍କ ପିତାମାତା ତାଙ୍କୁ ଭାରତ ଯିବାକୁ ବାରଣ କରିଥିବାରୁ ଆମେ ଅଲଗା ହୋଇଯାଇଥିଳୁ। ‘ବନ୍ଧନରେ ବାନ୍ଧି ହେବର ପୂର୍ବରୁ ଖୋଲି ଯାଇଥିଲା ଆମ ବନ୍ଧନ’ ବୋଲି ସେ ସାକ୍ଷାତ୍‌କାରରେ ଉଲ୍ଲେଖ କରିଥିଲେ।