ମୁମ୍ବାଇ: ଭାରତୀୟ ଶିଳ୍ପ ଜଗତର ଘଟିଛି ଅପୂରଣୀୟ କ୍ଷତି। ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ବଦାନ୍ୟ ଶିଳ୍ପପତି ରତନ ଟାଟା। ବୟସାଧିକ୍ୟ ଜନିତ ସ୍ବାସ୍ଥ୍ୟ ସମସ୍ୟା ଲାଗି ମଙ୍ଗବାର ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍ରେ ତାଙ୍କୁ ଭର୍ତ୍ତି ହୋଇଥିଲେ। ବୁଧବାର ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇପଡ଼ିବାରୁ ତାଙ୍କୁ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ରେ ରଖାଯାଇଥିଲା। ହେଲେ ଶତ ଚେଷ୍ଟା ସତ୍ତ୍ବେ ଟାଟାଙ୍କୁ ଡାକ୍ତରମାନେ ବଞ୍ଚାଇ ପାରିନଥିଲେ।
ଏବେ ଦେହାନ୍ତର କିଛି ଦିନ ପୂର୍ବରୁ ସେ ଏକ୍ସରେ କରିଥିବା ପୋଷ୍ଟ ଭାଇରାଲ ହେଉଛି। ସ୍ବାସ୍ଥ୍ୟାବସ୍ଥା ଖରାପ ଥିବା ପ୍ରଚାର ହେବା ପରେ ତାଙ୍କୁ ଭଲପାଉଥିବା ଲୋକେ ତାଙ୍କ ପାଇଁ ଚିନ୍ତାପ୍ରକଟ କରିଥିଲେ। ଏହାକୁ ଦେଖି ରତନ ଟାଟା ଏକ୍ସରେ ଏକ ପୋଷ୍ଟ କରି ମୋ ବିଷୟରେ ଭାବିଥିବାରୁ ଧନ୍ୟବାଦ ବୋଲି ଲେଖିଥିଲେ।
Thank you for thinking of me 🤍 pic.twitter.com/MICi6zVH99
— Ratan N. Tata (@RNTata2000) October 7, 2024
ସେ କରିଥିବା ପୋଷ୍ଟରେ ଲେଖାଥିଲା, ମୋର ସ୍ବାସ୍ଥ୍ୟ ସମ୍ବନ୍ଧରେ ପ୍ରଚାରିତ ଗୁଜବ ବିଷୟରେ ମୁଁ ଅବଗତ ଅଛି ଏବଂ ସମସ୍ତଙ୍କୁ ନିଶ୍ଚିତ କରିବାକୁ ଚାହୁଁଛି ଯେ ଏହି ଦାବି ଭିତ୍ତିହୀନ। ମୋର ବୟସାଧିକ ସ୍ବାସ୍ଥ୍ୟ ସମସ୍ୟା ହେତୁ ମୁଁ ବର୍ତ୍ତମାନ ମୋର ଡାକ୍ତରୀ ପରୀକ୍ଷା କରାଉଛି। ମୁଁ ଭଲ ଅଛି। ଜନସାଧାରଣ ଏବଂ ଗଣମାଧ୍ୟମକୁ ଭୁଲ ତଥ୍ୟ ବିସ୍ତାର ନକରିବାକୁ ମୁଁ ଅନୁରୋଧ କରୁଛି |"
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/z3VKAqOS4NSe8GV255bk.jpg)