ନୂଆଦିଲ୍ଲୀ : ଦରବୃଦ୍ଧିର ଶିକାର ହୋଇଥିବା ସାଧାରଣ ଜନତାଙ୍କ ଉପରେ ଏବେ ଆଉ ଏକ ବୋଝ ପଡିଛି । ଦେଶର ତେଲ କମ୍ପାନମାନେ ସବସିଡି ଥିବା ଏଲପିଜି ସିଲିଣ୍ଡରର ଦରରେ ବୃଦ୍ଧି କରିଛନ୍ତି । ସବସିଡି ଅନ୍ତର୍ଗତ ଗ୍ୟାସ ସିଲିଣ୍ଡର ମଙ୍ଗଳବାର ଠାରୁ ୧.୭୬ ଟଙ୍କା ମହଙ୍ଗା ହୋଇଛି । ଇଣ୍ଡିଆନ ଅଏଲ କର୍ପୋରେସନର ବୟାନ ଅନୁଯାୟୀ, ଟ୍ୟାକ୍ସର ପ୍ରଭାବ କାରଣରୁ ଏହି ଦରବୃଦ୍ଧି ହୋଇଛି । ଏହି ପରିବର୍ତ୍ତନ ପରେ ଦିଲ୍ଲୀରେ ସବସିଡି ଏଲପିଜି ସିଲିଣ୍ଡର ୪୯୬.୨୬ ଟଙ୍କା ବଦଳରେ ୪୯୮.୦୨ ଟଙ୍କାରେ ମିଳିବ ।
NewIndianExpressଯେଉଁ ଗ୍ରାହକମାନେ ସବସିଡି ପାଉନାହାନ୍ତି ସେମାନଙ୍କୁ ସିଲିଣ୍ଡର ବଜାର ମୂଲ୍ୟରେ କିଣିବାକୁ ପଡେ । ଏଲପିଜିର ବଜାର ଦର ଅନୁସାରେ ସବସିଡି ରାଶିରେ ପ୍ରତି ମାସରେ ପରିବର୍ତ୍ତନ ହୋଇଥାଏ । ଅନ୍ତରାଷ୍ଟ୍ରୀୟ ଦର ଏବଂ ବିଦେଶୀ ମୁଦ୍ରା ବିନିମୟ ଆଧାରରେ ସବସିଡି ରାଶିରେ ପରିବର୍ତ୍ତନ ହୋଇଥାଏ । ଅନ୍ତରାଷ୍ଟ୍ରୀୟ ଦର ବଢିଲେ ସରକାର ଅଧିକ ସବସିଡି ଦେଇଥାନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/9aab15acb9e3ec79b9ba973f737675eaac5fee8a.png)