ନୂଆଦିଲ୍ଲୀ : ଦିଲ୍ଲୀ ଇସ୍କନ୍ ମନ୍ଦିର ସହଭାଗିତାରେ ଦିଲ୍ଲୀ ଓଡ଼ିଆ ଛାତ୍ର ସଂଗଠନ ପକ୍ଷରୁ ଦିଲ୍ଲୀ ବିଶ୍ବବିଦ୍ୟାଳୟର ନର୍ଥ କ୍ୟାମ୍ପସରେ ରଥଯାତ୍ରା ଆୟୋଜନ କରାଯାଇଥିଲା। ବିଶ୍ବବିଦ୍ୟାଳୟ ମେଟ୍ରୋ ଷ୍ଟେସନ ଗେଟ୍ ନମ୍ବର ୪ରୁ ଆରମ୍ଭ ହୋଇ ଗଉଡ଼ିଆ ମଠଠାରେ ଏହା ଶେଷ ହୋଇଥିଲା।। ଦିଲ୍ଲୀ ଓଡ଼ିଆ ଛାତ୍ର ସଂଗଠନର ସଭାପତି ଅକ୍ଫାନ ବେହେରା ଓ ଆଶିଷ ପୂଜାପଣ୍ଡାଙ୍କ ସଂଯୋଜନାରେ ଏହା ସମାପନ ହୋଇଥିଲା। ବିଭିନ୍ନ ସ୍ଥାନରେ ରଥଟଣା ବେଳେ ଟ୍ରାଫିକ୍ କଟକଣା ଜାରି କରାଯାଇଥିଲା ଏବଂ ଶାନ୍ତିଶୃଙ୍ଖଳା ପାଇଁ ଦିଲ୍ଲୀ ପୁଲିସର ଯବାନମାନଙ୍କୁ ମୁତୟନ କରାଯାଇଥିଲା।
ଦିଲ୍ଲୀ ଓଡ଼ିଆ ଛାତ୍ର ସଂଗଠନ ପକ୍ଷରୁ ରଥଯାତ୍ରା
/sambad/media/post_attachments/wp-content/uploads/2022/07/delhi-ratha.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)