ଉତ୍ତର କାରୋଲିନା : ଯୁକ୍ତରାଷ୍ଟ୍ର ଆମେରିକାର ଉତ୍ତର କାରୋଲିନା ରାଜ୍ୟରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶେଷକରି ପ୍ରବାସୀ ଭାରତୀୟମାନେ ଭାଗ ନେଇଥିଲେ। ରଥଯାତ୍ରା ପାଇଁ ୨୬ ଫୁଟ୍ ଉଚ୍ଚତାର ଏକ ନୂତନ ରଥ ୯ମାସରୁ କମ ସମୟ ମଧ୍ୟରେ ନିର୍ମାଣ କରାଯାଇଥିଲା। କେବଳ ସ୍ବେଚ୍ଛାସେବୀମାନେ ଏହି ରଥକୁ ନିର୍ମାଣ କରିଥିଲେ। ଏହା ଆମେରିକାର ଅନ୍ୟତମ ବଡ଼ ରଥ ବୋଲି କୁହାଯାଏ। ଗତ ୯ତାରିଖରେ ଏଚଏସଏନସି ମୋରିସଭିଲେ ମନ୍ଦିରରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ସକାଳ ୯ଟାରେ ଶ୍ରୀବଳଭଦ୍ର, ମା’ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କୁ ପହଣ୍ଡି କରାଯାଇ ରଥ ଉପରେ ବିଜେ କରାଯାଇଥିଲା। ପୂର୍ବାହ୍ନ ୧୧ଟାରେ ରଥଟଣା ଅନୁଷ୍ଠିତ ହୋଇଥିଲା। ରଥ ସମ୍ମୁଖରେ ଓଡ଼ିଶୀ ନୃତ୍ୟ ଓ ସଂଗୀତ ପରିବେଷଣ କରାଯାଇଥିଲା। ରଥଯାତ୍ରାରେ ସାମିଲ ପ୍ରାୟ ଦୁଇ ହଜାର ଭକ୍ତଙ୍କ ପାଇଁ ମନ୍ଦିର ରୋଷଶାଳାରେ ପ୍ରସାଦ ପ୍ରସ୍ତୁତ କରାଯାଇଥିଲା। ଏହି ଅବସରରେ ଜଗନ୍ନାଥ ସେବା ସମିତିକୁ ସ୍ମୃତି ଫଳକ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।
ଅନ୍ୟ ଶ୍ରଦ୍ଧାଳୁଙ୍କ ସମେତ ଇସ୍କନ ଭକ୍ତଙ୍କ ସଂକୀର୍ତ୍ତନ, ଘଣ୍ଟ ଘଣ୍ଟା ବାଦନ, ଭଜନ ତାଳେ ତଳେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ରଥଟଣା ଯାଇଥିଲା। ସେହିପରି ନବଦିନାତ୍ମକ ଯାତ୍ରା ସାରି ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ବାହୁଡ଼ା ଯାତ୍ରାରେ ସ୍ବମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହାପରେ ଶ୍ରୀଜିଉଙ୍କ ସୁନାବେଶ ଅନୁଷ୍ଠିତ ହୋଇଥିଲା।
ଉତ୍ତର କାରୋଲିନାରେ ରଥଯାତ୍ରା
/sambad/media/post_attachments/wp-content/uploads/2022/07/ratttt.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)