ଉଦୟପୁର : କହ୍ନୈୟାଲାଲ ହତ୍ୟାକାଣ୍ଡକୁ ନେଇ ସାଂପ୍ରଦାୟିକ ଉତ୍ତେଜନା ମଧ୍ୟରେ ଥିବା ରାଜସ୍ଥାନର ଉଦୟପୁରରେ ଜଗନ୍ନାଥ ମହାପ୍ରଭୁଙ୍କର ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । କଡ଼ା ସୁରକ୍ଷାବ୍ୟବସ୍ଥା ମଧ୍ୟରେ ନବନିର୍ମିତ ରୁପା ରଥରେ ପ୍ରଭୁ ଜଗନ୍ନାଥ ନଗରପରିକ୍ରମା କରିଥିଲେ । ୯୦ କିଲୋଗ୍ରାମ ରୁପା ବ୍ୟବହାର କରି ଏହି ସୁନ୍ଦର ରଥ ପ୍ରସ୍ତୁତ କରାଯାଇଛି ।
ଆଜି ଅପରାହ୍ଣ ସାଢେ ୩ଟା ବେଳେ ସହରର ଜଗଦୀଶ ମନ୍ଦିରରୁ ଶ୍ରୀଜଗନ୍ନାଥଙ୍କ ରଥ ବାହାରିଥିଲା । ସୁରକ୍ଷା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବନ୍ଦବୋସ୍ତ କରାଯାଇଥିଲା ଓ ଡ୍ରୋନ ମାଧ୍ୟମରେ ନଜର ରଖାଯାଇଥିଲା । ଏହି ରଥାଯାତ୍ରାରେ ସହରର ୧୦୦ରୁ ଅଧିକ ଧାର୍ମିକ ସଂଗଠନ ଓ ଅଖାଡ଼ା ଯୋଗ ଦେଇଥିଲେ ।
/sambad/media/post_attachments/2be6f93f7813c3d49b2cd572f90066852468f3eb582a40186752cb73c9bc0bfc.jpg)
ଗତ ସପ୍ତାହରେ ହୋଇଥିବା ଦର୍ଜି କହ୍ନୈୟାଲାଲଙ୍କ ମୁଣ୍ଡକାଟ ପରେ ସମଗ୍ର ଉଦୟପୁରରେ ସାଂପ୍ରଦାୟିକ ଉତ୍ତେଜନା ଚରମରେ ପହଞ୍ଚିଥିଲା । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମଗ୍ର ସହରରେ କର୍ଫ୍ୟୁ ଲଗାଯାଇଥିଲା । ସାଂପ୍ରଦାୟିକ ଉତ୍ତେଜନା ଯୋଗୁଁ ରଥଯାତ୍ରା ହେବା ନେଇ ସଂଦେହ ଦେଖାଯାଇଥିଲା । କିନ୍ତୁ ରଥଯାତ୍ରା ଦାବିରେ ହିନ୍ଦୁ ସଂଗଠନଗୁଡ଼ିକ ଆନ୍ଦୋଳନ ଧମକ ଦେବା ପରେ ପ୍ରଶାସନ ପକ୍ଷରୁ ଶାନ୍ତି କମିଟି ବସାଯାଇ ରଥଯାତ୍ରା ଆୟୋଜନ ପାଇଁ ଅନୁମତି ଦିଆଯାଇଥିଲା । ରଥଯାତ୍ରାକୁ ଦୃଷ୍ଟିରେ ରଖି ପ୍ରଶାସନର ଅନୁରୋଧରେ ନମାଜ ସମୟରେ ପରିବର୍ତ୍ତନ କରାଯାଇଥିଲା । ସେହିପରି ରଥଯାତ୍ରାକୁ ଦୃଷ୍ଟିରେ ରଖି ରଥ ଯାଉଥିବା ସ୍ଥାନରେ କର୍ଫ୍ୟୁ ସମୟକୁ କୋହଳ କରାଯାଇଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/WhatsApp-Image-2022-07-01-at-7.19.09-PM.jpeg)