ସାଂପ୍ରଦାୟିକ ଉତ୍ତେଜନା ମଧ୍ୟରେ ଉଦୟପୁରରେ ଗଡ଼ିଲା ମହାପ୍ରଭୁଙ୍କ ରଥ; ରୁପା ରଥରେ ବିରାଜିଲେ ଶ୍ରୀଜଗନ୍ନାଥ

ଉଦୟପୁର : କହ୍ନୈୟାଲାଲ ହତ୍ୟାକାଣ୍ଡକୁ ନେଇ ସାଂପ୍ରଦାୟିକ ଉତ୍ତେଜନା ମଧ୍ୟରେ ଥିବା ରାଜସ୍ଥାନର ଉଦୟପୁରରେ ଜଗନ୍ନାଥ ମହାପ୍ରଭୁଙ୍କର ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । କଡ଼ା ସୁରକ୍ଷାବ୍ୟବସ୍ଥା ମଧ୍ୟରେ ନବନିର୍ମିତ ରୁପା ରଥରେ ପ୍ରଭୁ ଜଗନ୍ନାଥ ନଗରପରିକ୍ରମା କରିଥିଲେ । ୯୦ କିଲୋଗ୍ରାମ ରୁପା ବ୍ୟବହାର କରି ଏହି ସୁନ୍ଦର ରଥ ପ୍ରସ୍ତୁତ କରାଯାଇଛି ।

ଆଜି ଅପରାହ୍ଣ ସାଢେ ୩ଟା ବେଳେ ସହରର ଜଗଦୀଶ ମନ୍ଦିରରୁ ଶ୍ରୀଜଗନ୍ନାଥଙ୍କ ରଥ  ବାହାରିଥିଲା । ସୁରକ୍ଷା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବନ୍ଦବୋସ୍ତ କରାଯାଇଥିଲା ଓ ଡ୍ରୋନ ମାଧ୍ୟମରେ ନଜର ରଖାଯାଇଥିଲା । ଏହି ରଥାଯାତ୍ରାରେ ସହରର ୧୦୦ରୁ ଅଧିକ ଧାର୍ମିକ ସଂଗଠନ ଓ ଅଖାଡ଼ା ଯୋଗ ଦେଇଥିଲେ ।

​सवा तीन बजे मंदिर से बाहर आए भगवान जगन्नाथ, साढ़े तीन बजे रथ पर बिराजे

ଗତ ସପ୍ତାହରେ ହୋଇଥିବା ଦର୍ଜି କହ୍ନୈୟାଲାଲଙ୍କ ମୁଣ୍ଡକାଟ ପରେ ସମଗ୍ର ଉଦୟପୁରରେ ସାଂପ୍ରଦାୟିକ ଉତ୍ତେଜନା ଚରମରେ ପହଞ୍ଚିଥିଲା । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମଗ୍ର ସହରରେ କର୍ଫ୍ୟୁ ଲଗାଯାଇଥିଲା । ସାଂପ୍ରଦାୟିକ ଉତ୍ତେଜନା ଯୋଗୁଁ ରଥଯାତ୍ରା ହେବା ନେଇ ସଂଦେହ ଦେଖାଯାଇଥିଲା । କିନ୍ତୁ ରଥଯାତ୍ରା ଦାବିରେ ହିନ୍ଦୁ ସଂଗଠନଗୁଡ଼ିକ ଆନ୍ଦୋଳନ ଧମକ ଦେବା ପରେ ପ୍ରଶାସନ ପକ୍ଷରୁ ଶାନ୍ତି କମିଟି ବସାଯାଇ ରଥଯାତ୍ରା ଆୟୋଜନ ପାଇଁ ଅନୁମତି ଦିଆଯାଇଥିଲା । ରଥଯାତ୍ରାକୁ ଦୃଷ୍ଟିରେ ରଖି ପ୍ରଶାସନର ଅନୁରୋଧରେ ନମାଜ ସମୟରେ ପରିବର୍ତ୍ତନ କରାଯାଇଥିଲା । ସେହିପରି ରଥଯାତ୍ରାକୁ ଦୃଷ୍ଟିରେ ରଖି ରଥ ଯାଉଥିବା ସ୍ଥାନରେ କର୍ଫ୍ୟୁ ସମୟକୁ କୋହଳ କରାଯାଇଥିଲା ।

ସମ୍ବନ୍ଧିତ ଖବର