ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ରତଲାମର ପ୍ରସିଦ୍ଧ ମହାଲକ୍ଷ୍ମୀ ମନ୍ଦିର ରହିଛି। ଏହି ମନ୍ଦିରକୁ ଲୋକେ କୁବେରର ଭଣ୍ଡାର ବୋଲି କହିଥାଆନ୍ତି। ଦୀପାବଳିରେ ମା’ ଲକ୍ଷ୍ମୀଙ୍କ ଦ୍ବାରକୁ ଅଳଙ୍କାର ଓ ନୋଟରେ ସଜା ଯାଇଥାଏ। ବିଶ୍ବାସ ରହିଛି କି ଦୀପାବଳିରେ ଶ୍ରଦ୍ଧାଳୁ ଏହି ମା’ ଲକ୍ଷ୍ମୀଙ୍କ ମନ୍ଦିରରେ ଅଳଙ୍କାର ଏବଂ ଟଙ୍କା ଦାନ କଲେ ସେମାନଙ୍କ ଭଣ୍ଡାର ରାତାରାତି ବଢିଯାଏ । ତେଣୁ ଲୋକମାନେ ଲକ୍ଷ ଲକ୍ଷ ଟଙ୍କା, ସୁନା-ରୂପା ଅଳଙ୍କାର ଦୀପାବଳିର ଶୁଭ ଅବସରରେ ମନ୍ଦିରକୁ ଦାନ କରିଥାଆନ୍ତି।

Advertisment

ମନ୍ଦିରରେ ଜମା ହୋଇଥିବା ଅଳଙ୍କାର ଏବଂ ଟଙ୍କାରେ ପାଞ୍ଚ ଦିନ ପର୍ଯ୍ୟନ୍ତ ମହାଲକ୍ଷ୍ମୀଙ୍କ ସୃଙ୍ଗାର କରାଯାଇଥାଏ। ତେବେ କୋଭିଡ୍ କାରଣରୁ ଦ୍ୱିତୀୟ ବର୍ଷ ମଧ୍ୟ ଭକ୍ତମାନଙ୍କୁ ମନ୍ଦିର ଭିତରକୁ ଯିବାକୁ ଅନୁମତି ଦିଆଯାଉ ନାହିଁ। ସମସ୍ତ ଭକ୍ତଙ୍କୁ କରୋନା ଗାଇଡଲାଇନ ମାନି ବାହାରୁ ମହାଲକ୍ଷ୍ମୀ ଏବଂ କୁବେର ଭଣ୍ଡାର ଦର୍ଶନ କରିବାକୁ ପଡ଼ିବ।

Mahalaxmi Mandir in Ratlam| Diwali at Madhya Pradesh Mahalakshmi Temple | Times of India Travel

ଦେଶର ଏହା ପ୍ରଥମ ମନ୍ଦିର ଯେଉଁଠାରେ ଭକ୍ତମାନେ ଦୀପାବଳି ପୂର୍ବରୁ ଅଳଙ୍କାର ଏବଂ ଟଙ୍କା ପ୍ରଦାନ କରନ୍ତି। କେହି ନୋଟର ଗାଡି ଦାନ କରନ୍ତି ତ ଆଉ କେହି ସୁନା-ରୂପା ଅଳଙ୍କାର। ରତଲାମର ଏହି ମହାଲକ୍ଷ୍ମୀ ମନ୍ଦିରରେ ବର୍ଷ ବର୍ଷ ଧରି ଅଳଙ୍କାର ଟଙ୍କା ପ୍ରଦାନ କରିବାର ପରମ୍ପରା ରହିଆସିଛି। ଏହି ଉପହାରକୁ ନାମ ଏବଂ ଫଟୋ ସହିତ ପଞ୍ଜିକରଣ କରାଯାଇଥାଏ। ଦୀପାବଳିର ପଞ୍ଚମ ଦିନ ପରେ ଭକ୍ତମାନଙ୍କୁ ପ୍ରସାଦ ଭାବରେ ସେମାନେ ଦାନ କରିଥିବା ଟଙ୍କା ଓ ଅଳଙ୍କାରକୁ ଫେରାଇ ଦିଆଯାଇଥାଏ। ତେବେ ନୋଟ ଓ ଅଳଙ୍କାରରେ ସଜ୍ଜା ଯାଇଥିବା ମା’ଙ୍କ ମନ୍ଦିରକୁ ଦେଖିଲେ ଆଖି ଲାଖି ଯାଇଥାଏ।