ଅକାରଣରେ ଭାରତୀୟ ଜେଲ୍‌ରେ ନିର୍ଯାତନା ଦିଅନ୍ତି ମୂଷା, ଅସରପା ଏବଂ ସାପ: ବିଜୟ ମାଲ୍ୟାଙ୍କ ଓକିଲ

ଲଣ୍ଡନ: ଗୁରବାର ଦିନ ବିଜୟ ମାଲ୍ୟାଙ୍କ ଓକିଲ କହିଛନ୍ତି ଯେ ଭାରତୀୟ ଜେଲ୍‌ଗୁଡ଼ିକରେ ପରିସ୍ଥିତି ବଡ଼ ଅସ୍ୱାସ୍ଥ୍ୟକର। ଇଂଲଣ୍ଡ୍‌ର ଏକ ଅଦାଲତରେ ମାଲ୍ୟାଙ୍କ ପ୍ରତ୍ୟାପର୍ଣ ସଂକ୍ରାନ୍ତ ସମସ୍ତ ପ୍ରମାଣ ଦାଖଲ କରିବାବେଳେ ସେ ଓକିଲ ମହାଶୟ ଏ କଥା କହିଛନ୍ତି।

ଗୁରୁବାର ଶୁଣାଣିର ଶେଷ ଦିନ ମାଲ୍ୟାଙ୍କ ଓକିଲ ଦଳ ଭୀଷଣ ଯୁକ୍ତି ଉପସ୍ଥାପନ କରିଥିଲେ। ଭାରତକୁ ପ୍ରତ୍ୟାପଣ କରାଯିବା ପରେ ମାଲ୍ୟାଙ୍କୁ ଜେଲ୍‌ର କି ଭଳି ଚର୍ଚ୍ଚା କରାଯିବା ତା’ ଉପରେ ଭାରତ ସରକାର ଦେଇଥିବା ପ୍ରତିଶ୍ରୁତି ଉପରେ ତୀବ୍ର ପ୍ରତିରୋଧ କରିଥିଲେ ସେମାନେ।
ମାଲ୍ୟାଙ୍କ ବାରିଷ୍ଟର କ୍ଲାରେ ମୋଣ୍ଟୋଗୋମେରି ଡକ୍ଟର୍‌ ଆଲାନ୍‌ ମିଚେଲ୍‌ଙ୍କୁ େଓ୍ଵଷ୍ଟ୍‍ ମିନ୍‌ଷ୍ଟର୍‌ ମାଜିଷ୍ଟ୍ରେଟ୍‌ଙ୍କ ଅଦାଲତକୁ ପଠାଇଥିଲେ।

ପ୍ରତ୍ୟାର୍ପଣ ପରେ ୬୧ ବର୍ଷିୟ ବ୍ୟବସାୟୀ ମାଲ୍ୟଙ୍କୁ ରଖାଯିବାକୁ ଥିବା ମୁମ୍ବାଇର ବାରାକ୍‌ ୧୨ର ଅର୍ଥର୍‌ ରୋଡ୍‌ସ୍ଥିତ କେନ୍ଦ୍ରୀୟ କାରାଗାର ଅବସ୍ଥା ସମ୍ପର୍କରେ ଆଲୋକପାତ କରିବା ଥିଲା ତାଙ୍କର ଉଦ୍ଦେଶ୍ୟ।

ଡକ୍ଟର୍‌ ମିଚେଲ୍‌ କହିଥିଲେ କି, ଭାରତ ସରକାର ଦେଇଥିବା ଜେଲ୍‌ର ପରିସ୍ଥିତ ସଂକ୍ରାନ୍ତ ପ୍ରତିଶ୍ରୁତି ଅତି ସାଧାରଣ। ଅତୀତରେ ସେ କୋଲକାତାର ଆଲିପୁର ଜେଲ୍‌ ଓ ଚେନ୍ନାଇର ପୁଝାଲ୍‌ ଜେଲ୍‌ ପରିଦର୍ଶନ କାଳରେ ସେଠାକର ଅସ୍ୱାସ୍ଥ୍ୟକର ପରିବେଶ ଉପରେ ଅଭିଜ୍ଞତା ହାସଲ କରିଥିଲେ।
ନବବର୍ଷର ଜାନୁଆରି ୧୦ ତାରିଖରେ ପୁଣି ମାଲ୍ୟାଙ୍କ ମାମଲାର ଶୁଣାଣି ଆରମ୍ଭ ହେବ।

ସମ୍ବନ୍ଧିତ ଖବର