ଲକଡାଉନ ସମୟରେ ଦୋକାନ ବନ୍ଦ ଥିବା ବେଳେ ମୂଷାମାନେ ଖାଲି କରିଦେଲେ ୧୨ଟି ମଦ ବୋତଲ

ତାମିଲନାଡୁ : ତାମିଲନାଡୁର ନୀଳଗିରିରୁ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ନୀଳଗିରି ଜିଲ୍ଲା ଗୁଡାଲୁର ସହର ଟିଏଏସଏମଏସିରେ ଥିବା ଏକ ମଦ ଦୋକାନ‌ରେ ମୂଷାମାନେ ଆତଙ୍କ ଖେଳାଇ ଦେଇଛନ୍ତି। ଉକ୍ତ ମଦ ଦୋକାନରୁ ୧୨ବୋତଲ ମଦ ମୂଷାମାନେ ଖାଲି କରି ଦେଇଥିବା ଖବର ସାମ୍ନାକୁ ଆସିଛି।

ଏଭଳି ଏକ ଘଟଣା ସୋମବାର ସାମ୍ନାକୁ ଆସିଛି। ଲକଡାଉନ ପାଇଁ ବହୁଦିନ ଧରି ଦୋକାନ ବନ୍ଦ ରହିବା ପରେ ଗତ ସୋମବାର ଦୋକାନର ଜଣେ କର୍ମଚାରୀ ଦୋକାନ ଖୋଲିବାକୁ ଯାଇଥିଲେ। ଏହି ସମୟରେ ସେ ଦୋକାନ ଭିତର ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଦୋକାନ ଭିତରେ ଥିବା ଅନେକ ପେଟିକୁ ମୂଷା କାଟି ଦେଇଥିବା ବେଳେ ୧୨ଟି ମଦ ବୋତଲର ଠିପି ଫୁଟାଇ ଦେଇଥିଲେ। ଆଉ ୧୨ଟି ଯାକ ବୋତଲ ଖାଲି ପଡ଼ିଥିଲା।

ଏହା ପରେ କର୍ମଚାରୀ ଜଣକ ବରିଷ୍ଠ ଅଧିକାରୀଙ୍କୁ ଜଣାଇବା ପରେ ଟିଏଏସଏମଏସିର ସୁପରଭାଇଜର ତଥା ବରିଷ୍ଠ ଅଧିକାରୀମାନେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅଧିକାରୀକ ସୂତ୍ରରୁ ପ୍ରକାଶ, ବୋତଲଗୁଡ଼ିକର ମୂଲ୍ୟ ପାଖାପାଖି ୧୫୦୦ ଟଙ୍କା ହେବ।

 

ସମ୍ବନ୍ଧିତ ଖବର