ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପୁତୁରା ରାତୁଲ ପୁରୀଙ୍କ ନାଆଁରେ ୧୩୫୦ କୋଟି ଟଙ୍କାର ଟିକସ ଚୋରିର ଖୁଲାସା ହେଲା

ନୂଆଦିଲ୍ଲୀ: ଆୟକର ବିଭାଗ ଭୋପାଳ,ଇନ୍ଦୋର,ଗୋଆ ଆଦି ସ୍ଥାନର କେତେକ ଅଞ୍ଚଳରେ ଚଢାଉ କରି ୧୩୫୦ କୋଟି ଟଙ୍କାର ଟିକସ ଚୋରି ଧରିବାରେ ସଫଳ ହୋଇଛି। ସିବିଡିଟି ଖୁଲାସା କରିଛି ଯେ ଆୟକର ବିଭାଗ ହିନ୍ଦୁସ୍ତାନ ପାଓ୍ଵାର୍‌ ପ୍ରୋଜେକ୍ଟସ ନାମକ ଏକ କଂପାନି ବିରୁଦ୍ଧରେ ଅଭିଯୋଗ ଆସିବାପରେ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା। ଏହି କଂପାନିର ମାଲିକାନା ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପୁତୁରା ରାତୁଲ ପୁରୀଙ୍କ ନାଆଁରେ ଅଛି। ଏହି କଂପାନି ୧୩୫୦ କୋଟି ଟଙ୍କାର ଟିକସ ଚୋରି କରିଥିବାର ସୂଚନା ରହିଛି।

ରାତୁଲ ପୁରୀଙ୍କ ବିରୁଦ୍ଧରେ ୩୬୦୦ କୋଟି ଟଙ୍କାର ଅଗସ୍ତା ଓ୍ୱଷ୍ଟଲାଣ୍ଡ ହେଲିକେପ୍ଟର ଦୁର୍ନୀତିର ଅଭିଯୋଗ ବି ଅଛି। ଏହାର ଯାଞ୍ଚ ମଧ୍ୟ କରୁଛି ଆୟକର ବିଭାଗ ।କଂପାନି ଛୋଟ ଛୋଟ ବେନାମୀ କଂପାନି ସହାୟତାରେ ବିଲିଂ ଓ ରସିଦ୍‌ ଜରିଆରେ ଆମଦାନିର ଦେଣନେଣ କରୁଥିଲା। ବିଭିନ୍ନ ଉପାୟରେ କମଲନାଥଙ୍କ ପୁତୁରା ରାତୁଲ ପୁରୀଙ୍କ କଂପାନୀ ୧୩୫୦ କୋଟି ଟଙ୍କାର ଟିକସ ଚୋରି କରିଥିବା ଏବେ ମଧ୍ୟ ପ୍ରଦେଶ ରାଜନୀତିକୁ ଅଧିକ ସରଗରମ କରିଛି।

ସମ୍ବନ୍ଧିତ ଖବର