ଭୁବନେଶ୍ବର: ଜଳିଗଲା ରାବଣ, ଅଧର୍ମ ଉପରେ ଧର୍ମର ହେଲା ପ୍ରତିଷ୍ଠା । ଆଜି ବିଜୟା ଦଶମୀ ଉପଲକ୍ଷେ ବିଭିନ୍ନ ସ୍ଥାନରେ ରାବଣ ପୋଡି ଉତ୍ସବ ପାଳନ ହୋଇଛି । ରାଜ୍ୟ ଠାରୁ ଆରମ୍ଭ କରି ଦେଶର ବିଭିନ୍ନ ସ୍ଥାନରେ ରାବଣ ପୋଡିର ଝଲକ ଦେଖିବାକୁ ମିଳିଛି ।
#WATCH | Delhi | 'Ravan Dahan' performed in Indraprastha Extension area, as part of #DussehraCelebrationpic.twitter.com/JzPWMMzYez
— ANI (@ANI) October 2, 2025
ଭୁବନେଶ୍ବରର ପ୍ରମୁଖ ସ୍ଥାନରେ ରାବଣ ପୋଡି ଉତ୍ସବ ଦେଖିବାକୁ ମିଳିଛି । ଯଦିଏ ଓଡିଶାରେ ବର୍ଷା ରାବଣ ପୋଡ଼ି ବନ୍ଦ ଆଶଙ୍କାକୁ ବଢାଇ ଦେଇଥିଲା ଏବଂ ଅନେକ ସ୍ଥାନରେ ରାବଣ ପୋଡ଼ି ସମୟରେ ବର୍ଷା ଲାଗି ରହିଥିଲା ମାତ୍ର ଶେଷରେ ରାବଣ ଦହନ ହୋଇଛି ।
#WATCH | Uttar Pradesh | Amid high security, 'Ravan Dahan' performed in Aligarh, as part of #DussehraCelebration. pic.twitter.com/dFOJKI2dL3
— ANI (@ANI) October 2, 2025
ରାଜଧାନୀ ଭୁବନେଶ୍ବର ଏଥର ୧୨ଟି ବଦଳରେ ୭ଟି ସ୍ଥାନରେ ରାବଣପୋଡ଼ି ଆୟୋଜିତ ହୋଇଛି । ନହରକଣ୍ଟା, କୋରଡ଼କଣ୍ଟା, ବରମୁଣ୍ଡା, ବାଙ୍କୁଆଳ, ଗୋପାଳପୁର (ଯାଆଁଳା), କିଟ୍ ରୋଡ ଓ କପିଳପ୍ରସାଦ ଫୁଟବଲ୍ ପଡ଼ିଆରେ ରାବଣପୋଡ଼ି ଦେଖିବାକୁ ମିଳିଛି ।
#WATCH | Rajasthan | 'Ravan Dahan' performed in Ajmer, as part of #DussehraCelebrationpic.twitter.com/KRIhzZuO3G
— ANI (@ANI) October 2, 2025
ଏଥିସହ ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକରେ ମଧ୍ୟ ରାବଣପୋଡ଼ି ଦେଖିବାକୁ ମିଳିଛି । ବରଗଡ଼, ରାଉରକେଲା, ସମ୍ବଲପୁରରେ ଜୋରଦାର ହୋଇଛି ରାବଣ ପୋଡ଼ି । ତେବେ ଖାଲି ରାଜ୍ୟରେ ନୁହେଁ ଦେଶର ରାଜଧାନୀ ଦିଲ୍ଲୀରେ ବି ଦମଦାମ ହୋଇଛି ରାବଣ ପୋଡି । ମୁଖ୍ଯମନ୍ତ୍ରୀ ରେଖା ଗୁପ୍ତା ତୀର ମାରି ରାବଣରେ ଅଗ୍ନି ସଂଯୋଗ କରି ରାବଣ ପୋଡି ଉତ୍ସବକୁ ଶୁଭାରମ୍ଭ କରିଛନ୍ତି ।
#WATCH | Gujarat | 'Ravan Dahan' being performed in Gandhinagar, as part of #DussehraCelebrationpic.twitter.com/ydJDqWGCkI
— ANI (@ANI) October 2, 2025
ସେପଟେ ଚଣ୍ଡିଗଡ, ଝାଡଖଣ୍ଡ, ମଧ୍ଯପ୍ରଦେଶ, ପଞ୍ଜାବ, ଗୁଜୁରାଟ ଆଦି ସ୍ଥାନରେ ରାବଣ ପୋଡିକୁ ବେଶ ଧୂମଧାମରେ ପାଳିତ ହୋଇଛି ।
#WATCH | Punjab | 'Ravan Dahan' performed in Jalandhar, as part of #DussehraCelebration
— ANI (@ANI) October 2, 2025
(earlier visuals) pic.twitter.com/aChs5qkO2m