ଡିଏନଏ ପରୀକ୍ଷା କଲେ ରବି କିଶନ ମୋ ବାପା ବୋଲି ଜଣାପଡିବ: ମୁମ୍ବାଇ କୋର୍ଟରେ ଏଭଳି ଆବେଦନ କଲେ ଶିନୋଭା

ନୂଆଦିଲ୍ଲୀ: ବିବାଦରେ ବିଜେପି ସାଂସଦ ରବି କିଶନ | ବିବାହିତ ହୋଇ ବି ସେ ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରଖିଥିଲେ ଏବଂ ତାଙ୍କର ଏକ ଝିଅ ମଧ୍ୟ ହୋଇଥିଲା ବୋଲି ଅବିଯୋଗ ହୋଇଛି | ଅପର୍ଣ୍ଣା ଠାକୁରଙ୍କ ସହ ସମ୍ପର୍କ ରଖିବା ପରେ ରବି, ଶିନୋଭା ନାମକ ଝିଅର ବାପା ହୋଇଥିଲେ ବୋଲି ଦାବି କରାଯାଉଥିବା ବେଳେ ଏହାକୁ ନେଇ କିଛି ଦିନ ତଳେ ଅପର୍ଣ୍ଣା ଠାକୁର, ତାଙ୍କ ସ୍ୱାମୀ ରାଜେଶ ସୋନି, ଝିଅ ଶିନୋଭା, ପୁଅ ଶୌନକ, ସମାଜବାଦୀ ପାର୍ଟି ନେତା ବିବେକ କୁମାର ପାଣ୍ଡେ ଏବଂ ଖୁରସିଦ ଖାନ ନାମକ ଜଣେ ସାମ୍ବାଦିକଙ୍କ ବିରୋଧରେ ଏତଲା ରୁଜୁ କରାଯାଇଥିଲା।

ଅଭିଯୋଗ ହେବା ପରେ ଏବେ ଶିନୋଭା ଡିଏନଏ ପରୀକ୍ଷା କରିବାକୁ ଦାବି କରିଛନ୍ତି | ଏନେଇ ସେ ମୁମ୍ବାଇ କୋର୍ଟରେ ଏକ ଆବେଦନ ମଧ୍ୟ କରିଛନ୍ତି | ଏହା ସହିତ ସେ ସୋସିଆଲ ମିଡ଼ିଆରେ ରବି କିଶନଙ୍କ ସହ ନିଜର ଛୋଟ ବେଳର ଫଟୋ ସେୟାର କରି କହିଛନ୍ତି ଯେ, “ସମ୍ମାନନୀୟ ଯୋଗୀଜୀ। ମୋର ନାମ ଶିନୋଭା | ମୁଁ ଆପଣଙ୍କ ସାଂସଦ ରବି କିଶାନଙ୍କ ଝିଅ | ମୁଁ ଅନୁରୋଧ କରିବାକୁ ଚାହେଁ ଯେ ଆପଣ ମୋ ମା ଏବଂ ମୋତେ କିଛି ସମୟ ଦିଅନ୍ତୁ | ସମସ୍ତ ପ୍ରମାଣ ସହିତ ମୁଁ ଆପଣଙ୍କୁ ମୋର ସତ୍ୟ କହିବାକୁ ଚାହେଁ | ଏହା ପରେ, ଆପଣ କ’ଣ ଠିକ୍ ତାହା ସ୍ଥିର କରିବେ।” ଅପର୍ଣ୍ଣା ଏବେ ରାଜେଶ ସୋନିଙ୍କୁ ବିବାହ କରି ତାଙ୍କ ସହ ରହୁଛନ୍ତି |

ତେବେ ସ୍ୱାମୀଙ୍କ ଉପରେ ଏଭଳି ଆରୋପ ଲାଗିବା ପରେ ରବିଙ୍କ ପତ୍ନୀ ପ୍ରୀତି ଶୁକ୍ଲା ଅଭିଯୋଗ କରିଛନ୍ତି ଯେ, ଅପର୍ଣ୍ଣା ସୋନି ଓରଫ ଅପର୍ଣ୍ଣା ଠାକୁର ୨୦କୋଟି ମାଗିବା ସହ ତାଙ୍କୁ ଧମକ ଦେଇଥିଲେ ଯେ, ଅଣ୍ଡରୱାର୍ଲ୍ଡ ମାଫିଆଙ୍କ ସହ ତାଙ୍କର ସମ୍ପର୍କ ଅଛି। ଯଦି ଏହି ଦାବି ପୂରଣ ନହୁଏ ତେବେ ସେ ମିଥ୍ୟା ଦୁଷ୍କର୍ମ ଆରୋପ ଲଗାଇ ରବି କିଶନଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବେ। ଏନେଇ ମୁମ୍ବାଇ ପୁଲିସରେ ଅଭିଯୋଗ କରାଯାଇଥିଲେ ବି ଅଟକି ନଥିଲେ ଅପର୍ଣ୍ଣା | ଏପ୍ରିଲ ୧୫ରେ ସାମ୍ବାଦିକ ସମ୍ମିଳନୀ କରି ରବିଙ୍କ ବିରୋଧରେ ମିଥ୍ୟା ଆରୋପ ଲଗାଇଥିଲେ |

ସମ୍ବନ୍ଧିତ ଖବର