ଟ୍ବିଟର୍‌ ପ୍ରିୟ ରାହୁଲଙ୍କୁ ପଢ଼ାଇଲେ ରବିଶଙ୍କର ପ୍ରସାଦ

ନୂଆଦିଲ୍ଲୀ : ଚୀନ୍ ସରକାର ଆମ ଭାରତୀୟ ଭୂଖଣ୍ତରୁ ଖଣ୍ଡେ ଛଡ଼ାଇ ନେବା ସତ୍ତ୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତଥାପି କାହିଁକି ନିରବ ବୋଲି ଆଜି ସକାଳେ କଂଗ୍ରେସ ନେତା ରାହୁଲ ଗାନ୍ଧି ଟ୍ବିଟର୍‌ରେ ପ୍ରଶ୍ନ କରିବା ପରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ତାଙ୍କୁ ଧୁମ୍ ପଢ଼ାଇଛନ୍ତିା ଚୀନ୍ ପରି ଆନ୍ତର୍ଜାତିକ ମାମଲା ସମ୍ପର୍କରେ ଟ୍ବିଟରରେ ପ୍ରଶ୍ନ କରିବା ଆଦୌ ସମୀଚୀନ ନୁହେଁ, ଏ କଥା ରାହୁଲ୍ ଜାଣିବା ଉଚିତ୍ ବୋଲି ରବିଶଙ୍କର କହିଛନ୍ତି। ସେହିପରି ରାହୁଲ୍ ହିଁ ସେହି ସମାନ ବ୍ୟକ୍ତି ଯିଏ ବାଲାକୋଟ୍ ବିମାନ ଆକ୍ରମଣ ଓ ୨୦୧୬ର ଉରି ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ମଧ୍ୟ ପ୍ରମାଣ ଖୋଜୁଥିଲେ ବୋଲି ରବିଶଙ୍କର କଟାକ୍ଷ କରିଛନ୍ତିା ଲଦାଖ୍ ଅ‌ଳରେ ଚୀନ୍ ସେନାର ଏପରି ଆକ୍ରମଣ ସମ୍ପର୍କରେ କଂଗ୍ରେସ ସାଂସଦ ରାହୁଲ୍ ଟ୍ବିଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଶାଣ କରିଥିଲେ। ଚୀନୀମାନେ ଆମ ସୀମା ଭିତରକୁ ପଶି ଆସି ଖଣ୍ଡେ ନେଇଯାଇଥିବା ବେଳେ ଏ ବାବଦରେ ମୋଦୀ ନିରବ ରହିବା ଏବଂ ଦୃଶ୍ୟପଟରୁ ସମ୍ପୂର୍ଣ୍ଣ ଉଭେଇଯିବାର କାରଣ କ’ଣ ବୋଲି ରାହୁଲ୍ ସେ ସଂକ୍ରାନ୍ତ ଏକ ଖବରର ଉଦ୍ଧୃତାଂଶକୁ ଯୋଡି଼ ପ୍ରଶ୍ନ କରିଥିଲୋ ଏପରିକି ସୀମାରେ ଦୁଇ ଦେଶର ସେନାବାହିନୀ ମଧ୍ୟରେ ଉେତ୍ତଜନା ଦେଖାଦେବା ପରଠାରୁ ଚୀନ୍ ସେନା ଭାରତରୁ କିଛି ଅଂଶ ନେଇଯାଇଛନ୍ତି କି ବୋଲି ରାହୁଲ ବାରମ୍ବାର ସରକାରଙ୍କୁୁ କୈଫିୟତ ମାଗି ଆସିଛନ୍ତିା

ସମ୍ବନ୍ଧିତ ଖବର