ଟିକା ନେବାକୁ ରାହୁଲଙ୍କୁ ରବି ଶଙ୍କରଙ୍କ ଅନୁରୋଧ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଟିକା ନୀତିକୁ ବାରମ୍ବାର ସମାଲୋଚନା କରୁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଆଜି ଟିକା ନେବା‌ପାଇଁ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଅନୁରୋଧ କରିଛନ୍ତି। ରବି ଶଙ୍କର ପ୍ରସାଦ କହିଛନ୍ତି, ରାହୁଲ ଟିକା ନେଇଛନ୍ତି କି ନା’ ତାହା ଦେଶବାସୀ ଜାଣିନାହାନ୍ତି। ଯଦି ରାହୁଲ ଟିକା ନେଇନାହାନ୍ତି ତେବେ ସେ ଟିକା ନେଇଯାଆନ୍ତୁ ବୋଲି ରବିଶଙ୍କର ଅନୁରୋଧ କରିଛନ୍ତି। ଅନ୍ୟପକ୍ଷେ କଂଗ୍ରେସ ପକ୍ଷରୁ ଗତ ସପ୍ତାହରେ କୁହାଯାଇଥିଲା ଯେ, ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ୨ଟି ଡୋଜ୍‌ ଟିକା ନେଇସାରିଛନ୍ତି,କିନ୍ତୁ ରାହୁଲଙ୍କୁ ମେ’ ରେ କରୋନା ହୋଇଥିବାରୁ ସେ ଟିକା ନେଇନାହାନ୍ତି। ଠିକ୍‌ ସମୟରେ ରାହୁଲ ଟିକା ନେବେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର