ଇନ୍ଦୋର: ନ୍ୟୁଜିଲାଣ୍ଡ ବିପକ୍ଷ ଶୃଙ୍ଖଳାରେ ଭାରତର ପରାଜୟ ପରେ ଅଲରାଉଣ୍ଡର୍ ରବୀନ୍ଦ୍ର ଜାଦେଜାଙ୍କ ଖରାପ ଫର୍ମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଦୀର୍ଘ ଦିନ ଧରି ଫର୍ମରେ ନଥିବା ସତ୍ତ୍ବେ ଟିମରେ ତାଙ୍କୁ ସାମିଲ କରାଯିବାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ଏପରିକି ସେ ଖୁବଶୀଘ୍ର ଅବସର ନେଉଥିବା ନେଇ ଚର୍ଚ୍ଚା ଜୋର ଧରିଛି।
ବ୍ୟାଟିଂ ଓ ବୋଲିଂ କ୍ଷେତ୍ରରେ ଅତି ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି ଜାଦେଜା
ନ୍ୟୁଜିଲାଣ୍ଡ ବିପକ୍ଷ ଶୃଙ୍ଖଳା ପାଇଁ ରବୀନ୍ଦ୍ର ଜାଦେଜାଙ୍କୁ ଜଣେ ନିୟମିତ ଅଲରାଉଣ୍ଡର ଭାବେ ଦଳରେ ସାମିଲ କରାଯାଇଥିଲା। କିନ୍ତୁ ସେ ଉଭୟ ବ୍ୟାଟିଂ ଓ ବୋଲିଂ କ୍ଷେତ୍ରରେ ଅତି ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ। ବୋଲିଂରେ ସେ ଏହି ଶୃଙ୍ଖଳାରେ ଗୋଟିଏ ବି ଓ୍ବିକେଟ ନେଇପାରିନଥିଲେ। ସେହିପରି ବ୍ୟାଟିଂରେ ସେ ଏହି ଶୃଙ୍ଖଳାର ୩ଟିଯାକ ମ୍ୟାଚରେ ମୋଟ ୪୩ ରନ କରିଥିଲେ। ତାଙ୍କର ସର୍ବାଧିକ ସ୍କୋର ଥିଲା ୪୩ ରନ। ଏହା ପୂର୍ବରୁ ଗତ ଡିସେମ୍ବର ମାସରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳା ବି ତାଙ୍କ ପାଇଁ ନୈରାଶ୍ୟଜନକ ଥିଲା। ଏହି ଶୃଙ୍ଖଳାରେ ସୋ ମୋଟ ୫୬ ରନ କରିଥିବାବେଳେ ଗୋଟିଏ ଓ୍ବିକେଟ୍ ନେଇଥିଲେ। ଏହି ଦୁଇଟି ଶୃଙ୍ଖଳାକୁ ମିଶାଇଲେ ସେ ଗତ ୬ଟି ଦିନିକିଆରେ କେବଳ ଗୋଟିଏ ଓ୍ବିକେଟ୍ ନେଇଛନ୍ତି ଓ ମୋଟ ୯୯ ରନ କରିଛନ୍ତି। ଯାହାକି ତାଙ୍କ ପରି ଜଣେ ବିଶ୍ବସ୍ତରୀୟ ଅଲରାଉଣ୍ଡରଙ୍କ ପାଇଁ ଏକ ଅତି ନୈରାଶ୍ୟଜନକ ପ୍ରଦର୍ଶନ। ଏହି ପ୍ରଦର୍ଶନର କୁଫଳ ଭାରତୀୟ ଦଳକୁ ଭୋଗିବାକୁ ପଡ଼ିଛି।
ଟିମରେ ତାଙ୍କର ସ୍ଥାନକୁ ନେଇ ଉଠୁଛି ପ୍ରଶ୍ନ
ଟିମରେ ତାଙ୍କର ସ୍ଥାନକୁ ନେଇ ତାଙ୍କର ପୂର୍ବତନ ଦଳୀୟ ସାଥୀମାନେ ବି ପ୍ରଶ୍ନ ଉଠାଇଛନ୍ତି। ୧୯ ବର୍ଷରୁ କମ ଭାରତୀୟ ଦଳରେ ରବୀନ୍ଦ୍ରଙ୍କ ସାଥୀ ଖେଳାଳିଥିବା ଶ୍ରୀବତ୍ସ ଗୋସ୍ବାମୀ ଏକ୍ସରେ ଏକ ପୋଷ୍ଟ କରି ଲେଖିଛନ୍ତି "ରବୀନ୍ଦ୍ର ଜାଦେଜା ଜଣେ ମହାନ ଖେଳାଳି ଓ ଭାରତ ପାଇଁ ଜଣେ ମ୍ୟାଚବିଜେତା ରହିଆସିଛନ୍ତି। କିନ୍ତୁ ମୋତେ ଲାଗୁଛି ନ୍ୟୁଜିଲାଣ୍ଡ ବିପକ୍ଷ ୩ୟ ଦିନିକିଆ ତାଙ୍କ କ୍ୟାରିୟରର ଶେଷ ଦିନିକିଆ ହୋଇପାରେ? ଭାରତର ପରବର୍ତ୍ତି ଦିନିକିଆ ଜୁନରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବାବେଳେ ଆମେ ତାଙ୍କ ସଫଳତାକୁ ସେଲିବ୍ରେଟ୍ କରିବା ଉଚିତ୍, କାରଣ ତାପୂର୍ବରୁ ସେ ନୀରବରେ ବିଦାୟ ନେଇପାରନ୍ତି।"
ଆହୁରି ପଢ଼ନ୍ତୁ: ଖେମିନିଙ୍କ ଉପରେ ଆକ୍ରମଣକୁ ଇରାନ ସହିତ ଯୁଦ୍ଧ ବୋଲି ବିବେଚନା କରାଯିବ: ଟ୍ରମ୍ପଙ୍କୁ ନାଲି ଆଖି ଦେଖାଇଲେ ଇରାନ ରାଷ୍ଟ୍ରପତି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2026/01/19/ravindra-2026-01-19-13-24-36.jpg)