ଭୁବନେଶ୍ବର: ଆଧ୍ୟାତ୍ମିକ ଗୁରୁ ନିତ୍ୟାନନ୍ଦ ଇକ୍ବେଡର ନିକଟରେ ଏକ ଦ୍ବୀପ କିଣି ତାହାକୁ ସ୍ବତନ୍ତ୍ର ଦେଶ (କୈଳାସ) କରିବାକୁ ଘୋଷଣା କରିଛନ୍ତି। ନିତ୍ୟାନନ୍ଦଙ୍କ ନାମରେ ଦୁଷ୍କର୍ମ ସମେତ ବହୁ ଅପରାଧିକ ମାମଲା ଥିବାରୁ ସେ କେବେ ଦେଶ ଛାଡ଼ିଲେ, କେମିତି ଫେରାର୍ ହେଲେ, ଏବେ କେଉଁଠି ଅଛନ୍ତି, କେମିତି ତାଙ୍କୁ ପ୍ରତ୍ୟାବର୍ତ୍ତନ କରାଯିବ ସେନେଇ ଏବେ ତନାଘନା ଚାଲିଛି। ଏହି ସମୟରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ନିତ୍ୟାନନ୍ଦଙ୍କ ପ୍ରତ୍ୟାର୍ପଣ ପାଇଁ ଆମକୁ କେହି ସୂଚନା ଦେଇନାହାନ୍ତି। ଆଜି ଓଡ଼ିଶା ଗସ୍ତରେ ଆସିଥିବା ବୈଦେଶିକ ବ୍ୟାପର ମନ୍ତ୍ରଣାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି ଯେ, ନିତ୍ୟାନନ୍ଦଙ୍କ ନାମରେ ଗୁଜୁରାଟ ଏବଂ କେରଳରେ ବିଭିନ୍ନ ଅଭିଯୋଗ ଥିଲେ ହେଁ ଅହମ୍ମଦାବାଦ ପୁଲିସ କି କେରଳ ପୁଲିସ ପକ୍ଷରୁ ତାଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଆମକୁ କୌଣସି ସୂଚନା ଦିଆଯାଇନାହିଁ କି ଅନୁରୋଧ କରାଯାଇନି। ସ୍ଥାନୀୟ ପୁଲିସ ଏନେଇ ଆମକୁ ସୂଚନା ଦେଲେ ଆମେ ଯାହା କାର୍ଯ୍ୟାନୁଷ୍ଠାନ ନେବୁ ବୋଲି ସେ କହିଥିଲେ। ନିତ୍ୟାନନ୍ଦ ୨୦୦୮ରେ ପାସ୍ପୋର୍ଟ ପାଇଥିବାବେଳେ ତାଙ୍କ ନାମରେ ଯେତେବେଳେ ଅଭିଯୋଗ ଆସିଥିଲା ସେତେବେଳେ ପାସପୋର୍ଟ ରଦ୍ଦ କରିଦିଆଯାଇଥିଲା ବୋଲି କୁମାର କହିଛନ୍ତି।
ନିତ୍ୟାନନ୍ଦଙ୍କ ପ୍ରତ୍ୟର୍ପଣ ପାଇଁ କେହି ସୂଚନା ଦେଇନାହାନ୍ତି: ରବିଶ କୁମାର
/sambad/media/post_attachments/wp-content/uploads/2019/11/nityananda.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)