ଚଣ୍ଡୀଗଡ଼: ମୁସେୱାଲାଙ୍କ ପରେ ଏବେ କଂଗ୍ରେସ ନେତା ରବନୀତ ସିଂହ ବିଟ୍ଟୁଙ୍କ ପାଳି। ମେ’ ୨୯ରେ ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କୁ ବିଚ୍ ରାସ୍ତାରେ ଗୁଳି କରି ହତ୍ୟା କରାଯାଇଥିଲା। ଏପର୍ଯ୍ୟନ୍ତ ଏହି ଘଟଣାକୁ ନେଇ ଅନେକଙ୍କୁ ପୁଲିସ ଗିରଫ କରିଥିବା ବେଳେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ପଚରାଉଚରା କରୁଛି। ତେବେ ଏମଧ୍ୟରେ ଆଉ ଜଣେ କଂଗ୍ରେସ ନେତାଙ୍କୁ ହତ୍ୟା ଧମକ ମିଳିଛି। ସିଦ୍ଧୁଙ୍କ ଭଳି ତୁମକୁ ବି ହତ୍ୟା କରିବୁ ବୋଲି କଂଗ୍ରେସ ସାଂସଦ ରବନୀତ ସିଂହ ବିଟ୍ଟୁଙ୍କୁ ଧମକ ଦିଆଯାଇଛି।
ହ୍ବାଟସଆପ ମେସେଜ ଜରିଆରେ ରବନୀତ ସିଂହ ବିଟ୍ଟୁଙ୍କୁ ହତ୍ୟା ଧମକ ଦିଆଯାଇଥିବା ଜଣାପଡ଼ିଛି। ମଙ୍ଗଳବାର ଦିନ ସେ ଏକ ମେସେଜ ଗ୍ରହଣ କରିଛନ୍ତି ଯେଉଁଥିରେ ଲେଖାଯାଇଛି ଯେ ତାଙ୍କୁ ମଧ୍ୟ ସିଦ୍ଧୁ ମୁସେୱାଲାଙ୍କ ପରି ହତ୍ୟା କରାଯିବ। ଲୁଧିଆନାରୁ କଂଗ୍ରେସ ସାଂସଦ ଥିବା ରାବନୀତ ସିଂ ବିଟ୍ଟୁଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ଏହି ଧମକ ମିଳିିଥିବା ନେଇ ନିଶ୍ଚିତ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ମେ’ ୨୯ରେ ମାନସା ଜିଲ୍ଲାରେ ମୁସେୱାଲାଙ୍କୁ ହତ୍ୟା କରାଯାଇଥିଲା। ତାଙ୍କ ଉପରେ ୮ଜଣ ସାର୍ପ ସୁଟର ଗୁଳି ଚଳାଇଥିଲେ। ମୁସେୱାଲାଙ୍କ ଉପରକୁ ଗୁଳି ଚଳାଇଥିବା ୮ଜଣ ସାର୍ପ ସୁଟରଙ୍କ ମଧ୍ୟରୁ ତିନିଜଣ ପଞ୍ଜାବର ହୋଇଥିବା ବେଳେ ହରିୟାଣା ଏବଂ ମହାରାଷ୍ଟ୍ରରୁ ଦୁଇଜଣ ଏବଂ ରାଜସ୍ଥାନରୁ ଜଣେ ଥିବା ଜଣାପଡ଼ିଛି। ତେବେ ହତ୍ୟାର ଗୋଟିଏ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ମୁସେୱାଲାଙ୍କ ସମେତ ୪୨୪ଜଣଙ୍କର ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରିଥିଲେ। ତେଣୁ ମୁସେୱାଲାଙ୍କ ହତ୍ୟା ପାଇଁ ତାଙ୍କୁ ଦାୟୀ କରାଯିବା ସହ ସମାଲୋଚନା କରାଯିବାରୁ ମାନ୍ ସରକାର ପୁଣି ଥରେ ୪୨୩ଜଣଙ୍କୁ ସୁରକ୍ଷା ଦିଆଯିବ ବୋଲି ଘୋଷଣା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/ସ-42.jpg)