ଲୋକସଭାରେ କଂଗ୍ରେସର ନେତା ହେଲେ ରଭନୀତ ସିଂହ ବିଟୁ

ନୂଆଦିଲ୍ଲୀ: ସଂପ୍ରତି ସଂସଦର ଚାଲୁଥିବା ବଜେଟ୍‌ ଅଧିବେଶନ ପାଇଁ ଲୋକସଭାରେ ଅଧୀର ରଂଜନ ଚୌଧୁରୀଙ୍କ ସ୍ଥାନରେ ରଭନୀତ ସିଂହ ବିଟୁୁ ଆଜି (ଗୁରୁବାର) ଲୋକସଭାରେ କଂଗ୍ରେସ ଦଳର ନେତା ଭାବରେ ନିଯୁକ୍ତ ହୋଇଛନ୍ତି।

ପଶ୍ଚିମବଙ୍ଗ ପ୍ରଦେଶ କଂଗ୍ରେସର ମୁଖ୍ୟ ରହିଥିବା ଶ୍ରୀ ଚୌଧୁରୀ ଆସନ୍ତା ଦୁଇମାସ ପାଇଁ ନିର୍ବାଚନ ପ୍ରଚାର ସହ ଜଡିତ ହେବେ ବୋଲି ଦଳ ସୂତ୍ରରୁ ପ୍ରକାଶ। ସେହିପରି ଲୋକସଭାରେ କଂଗ୍ରେସର ଉପନେତା ଥିବା ଗୌରବ ଗୋଗେଇ ମଧ୍ୟ ଆସାମ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ପାଇଁ ପ୍ରଚାରରେ ବ୍ୟସ୍ତ ରହୁଥିବାରୁ ଲୋକସଭାରେ ଅନୁପସ୍ଥିତ ରହିବେ। ତେଣୁ, ଲୋକସଭାରେ ଚୌଧୁରୀ ଓ ଗୋଗେଇଙ୍କ ଅନୁପସ୍ଥିତିରେ ଦଳର ରଣନୀତି ଦାୟିତ୍ୱରେ ରହିବେ ଶ୍ରୀ ବିଟୁ।

ତିନିଥର ସାଂସଦ ରହିଥିବା ଶ୍ରୀ ବିଟୁ ପ୍ରଥମେ ୨୦୦୯ରେ ଆନନ୍ଦପୁର ସାହେବ ନିର୍ବାଚନ ମଣ୍ଡଳୀରୁ ଏବଂ ପରେ ୨୦୧୪ ଏବଂ ୨୦୧୯ରେ ଲୁଧିଆନାରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

୧୯୯୫ରେ ହତ୍ୟା କରାଯାଇଥିବା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଓ୍ଵନ୍ତ ସିଂହଙ୍କ ନାତି ଶ୍ରୀ ବିଟୁ ଅଗଷ୍ଟରେ ଲୋକସଭାରେ କଂଗ୍ରେସର ମୁଖ୍ୟ ସଚେତକ ଭାବେ ନିଯୁକ୍ତ ହୋଇଥିଲେ। ପଞ୍ଜାବର ଜଣେ ଯୁବ ନେତା ଭାବେ ଶ୍ରୀ ବିଟୁ ବେଶ୍‌ ପରିଚିତ। ସଂପ୍ରତି ଚାଲିଥିବା କୃଷକ ଆନ୍ଦୋଳନର ଅଗ୍ରଭାଗରେ ରହି ନୂତନ କୃଷି ଆଇନ୍‌କୁ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ରାଜଧାନୀ ସୀମାନ୍ତରେ ଥିବା ସିଙ୍ଗୁ ସୀମାରେ ତାଙ୍କ ଉପରେ ଆକ୍ରମଣ କରା ଯାଇଥିଲା।

ସମ୍ବନ୍ଧିତ ଖବର