ସେନାକୁ ରାଜନୀତିରୁ ଦୂରରେ ରଖିବା ଅପରିହାର୍ଯ୍ୟ: ରାଓ୍ଵତ

ନୂଆଦିଲ୍ଲୀ, : ସେନାକୁ ନେଇ ରାଜନୀତିକରଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ ସେନାକୁ ରାଜନୀତିଠାରୁ ଦୁରରେ ରଖିବା ଅପରିହାର୍ଯ୍ୟ ବୋଲି ସେନା ମୁଖ୍ୟ ବିପିନ ରାଓ୍ଵତ କହିଛନ୍ତି। ଆମେ ଏକ ଧର୍ମନିରପେକ୍ଷ ଏବଂ ଗଣତାନ୍ତ୍ରିକ ରାଷ୍ଟ୍ରରେ ରହୁଛେ, ତେଣୁ ଏଠାରେ ସେନା ରାଜନୀତିର ପରିସର ମଧ୍ୟକୁ ଆସିବା ଉଚିତ୍‌ ନୁହେଁ। ୟୁନାଇଟେଡ୍‌ ସର୍ଭିସ ଇନଷ୍ଟିଚ୍ୟୁସନ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଓ୍ଵତ କହିଛନ୍ତି ଯେ ଅତୀତରେ ସେନାବାହିନୀରେ ମହିଳା କିମ୍ବା ରାଜନୀତି ପ୍ରସଙ୍ଗରେ କୌଣସି ପ୍ରକାର ଆଲୋଚନା ହୋଇଥିବା ନଜିର ନାହିଁ। କିନ୍ତୁ ରାଜନୀତିରେ ସେନା ପ୍ରସଙ୍ଗରେ ଆଲୋଚନା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଏବଂ ଏହା ଯଥାଶୀଘ୍ର ବନ୍ଦ ହେବା ଦରକାର ବୋଲି ସେ କହିଛନ୍ତି। ତେଣୁ ସେନା ରାଜନୀତିଠାରୁ ଦୂରରେ ରହିବା ଉଚିତ୍‌। ମୁମ୍ବାଇରେ ସେନା ଏକ ରେଳବାଇ ଫୁଟ୍‌ବ୍ରିଜ୍‌ ନିର୍ମାଣ କରିଥିବା ସଂପର୍କରେ ତାଙ୍କୁ ପଚରାଯିବାରୁ ସେ କହିଥିଲେ ଯେ ଦେଶର ନାଗରିକଙ୍କୁ କେତେକ ଜରୁରୀ ସ୍ଥିତିରେ ସେବା ଯୋଗାଇଦେବା ସେନାର କର୍ତ୍ତବ୍ୟ ଏବଂ ସେନା ତାହା କରିଆସୁଛି।

ସମ୍ବନ୍ଧିତ ଖବର