ବ୍ୟାଲଟ୍‌ ପେପରରେ ନିର୍ବାଚନ ହେଲେ ବୁଥ୍‌ ଦଖଲ ଘଟଣା ବଢ଼ିବ: ରାଓ୍ଵତ୍‌

ନୂଆଦିଲ୍ଲୀ: ଇଭିଏମ୍‌ରେ ତ୍ରୁଟିବିଚ୍ୟୁତିକୁ ନେଇ ବିଭିନ୍ନ ଦଳ ପକ୍ଷରୁ ଚିନ୍ତା ପ୍ରକାଶ ପାଇଥିବା ବେଳେ କିଛି ଦଳ ବ୍ୟାଲଟ୍‌ ପେପରରେ ନିର୍ବାଚନ କରାଇବାକୁ କହୁଛନ୍ତି। କିନ୍ତୁ ବ୍ୟାଲଟ୍‌ ପେପରରେ ନିର୍ବାଚନ ହେଲେ ବୁଥ୍‌ ଦଖଲ ଘଟଣା ବୃଦ୍ଧି ପାଇବ ବୋଲି ମୁଖ୍ୟ ନିର୍ବାଚନ କମିସନର ଓ ପି ରାଓ୍ଵତ୍‌ କହିଛନ୍ତି। ସୋମବାର ନିର୍ବାଚନ ଆୟୋଗ ଏବଂ ସମସ୍ତ ରାଷ୍ଟ୍ରୀୟ ଓ ଆଞ୍ଚଳିକ ଦଳଗୁଡ଼ିକର ପ୍ରତିନିଧିଙ୍କ ବୈଠକ ପରେ ସାମ୍ବାଦିକଙ୍କୁ ସୂଚନା ଦେଇ ସେ କହିଛନ୍ତି, ଇଭିଏମ୍‌କୁ ନେଇ ଦଳଗୁଡ଼ିକ ମଧ୍ୟରେ ଯେଉଁ ଚିନ୍ତା ପ୍ରକାଶ ପାଇଛି, ତାହାର ନିରାକରଣ ପାଇଁ ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ। ଅନ୍ୟପକ୍ଷରେ ଦେଶରେ ଏକକ ନିର୍ବାଚନ ହେଉ ବୋଲି କିଛି ଦଳ କହୁଥିବା ବେଳେ ଆଉ କିଛି ଦଳ ଏହାକୁ ବିରୋଧ କରୁଥିବା ରାଓ୍ଵତ୍‌ ସୂଚାଇଚନ୍ତି।

ସମ୍ବନ୍ଧିତ ଖବର