ଲୋକସଭାରେ ନାଗରିକତା ସଂଶୋଧନ ବିଲ୍‌ ଗୃହୀତ ହେବା ପରେ ପାକିସ୍ତାନୀ ହିନ୍ଦୁଙ୍କ ମଧ୍ୟରେ ଖୁସିର ଲହରୀ

ଜୈସଲମେର : ଲୋକସଭାରେ ସୋମବାରଦିନ ନାଗରିକତା ସଂଶୋଧନ ବିଲ-୨୦୧୯ ଗୃହୀତ ହେବା ପରେ ଭାରତରେ ରହୁଥିବା ପାକିସ୍ତାନୀ ହିନ୍ଦୁମାନଙ୍କ ଜୀବନରେ ଏକ ଆଶାର ଆଲୋକ ଦେଖାଦେଇଛି । ପାକିସ୍ତାନରେ ଅତ୍ୟାଚାରିତ ହୋଇ ସେମାନେ ଭାରତକୁ ପଳାଇଆସିଥିଲେ । ତେବେ ବର୍ଷ ବର୍ଷ ଧରି ଭାରତରେ ରହୁଥିଲେ ମଧ୍ୟ ସେମାନଙ୍କର କୌଣସି ଅଧିକାର ନଥିଲା । ଏହି ବିଲଟି ଗୃହୀତ ହୋଇ ଆଇନରେ ପରିଣତ ହେବା ପରେ ସେମାନେ ଭାରତର ନାଗରିକତା ପାଇପାରିବେ ।

ଗତକାଲି ଲୋକସଭାରେ ଏହି ବିଲ୍‌ ଗୃହୀତ ହେବା ପରେ ରାଜସ୍ଥାନର ଜୈସଲମେରରେ ରହୁଥିବା ପାକିସ୍ତାନୀ ହିନ୍ଦୁମାନେ ଉତ୍ସବ ପାଳନ କରିଛନ୍ତି, ପରସ୍ପର ମଧ୍ୟରେ ମିଠା ବାଣ୍ଟିଛନ୍ତି । ବିଗତ କିଛି ବର୍ଷ ଧରି ସେମାନେ ଭାରତରେ ରହୁଥିଲେ ମଧ୍ୟ ସେମାନେ ଏପର୍ଯ୍ୟନ୍ତ କୌଣସି ଅଧିକାର ପାଇନାହାନ୍ତି । ଏଥିପାଇଁ ସେମାନେ ବ୍ୟାଙ୍କ ଖାତା ଖୋଲିପାରୁନାହାନ୍ତି, ନିଜ ସନ୍ତାନମାନଙ୍କୁ ସ୍କୁଲ ପଠାଇପାରୁନାହାନ୍ତି, ସ୍ୱାସ୍ଥ୍ୟସେବା ପାଇପାରୁନାହାନ୍ତି । ଏହା ସତ୍ତ୍ୱେ ସେମାନେ ପାକିସ୍ତାନ ଫେରିବାକୁ ଚାହୁଁନାହାନ୍ତି । କାରଣ ପାକିସ୍ତାନ ଗଲେ ସେଠାରେ ବଳପୂର୍ବକ ଧର୍ମାନ୍ତରଣ, ମହିଳାମାନଙ୍କ ଅପହରଣ, ହତ୍ୟା ଆଦିର ସମ୍ମୁଖୀନ ହେବାକୁ ପଡିବ ।

ସମ୍ବନ୍ଧିତ ଖବର