ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଫେବ୍ରୁଆରି ୨୬ ତାରିଖରେ ପାକିସ୍ତାନର ବାଲାକୋଟ ସ୍ଥିତ ଜୈସ୍ର ପ୍ରଶିକ୍ଷଣ ଶିବିରକୁ ଧ୍ବଂସ କରିଥିବା ଦାବି କରିଥିବା ବେଳେ କେତେକ ବିଦେଶୀ ଗଣମାଧ୍ୟମ ଏଭଳି ଘଟିନାହିଁ ବୋଲି ଦାବି କରିଛନ୍ତି। ଉପଗ୍ରହ ଛବିରୁ ଜୈସ୍ର ପ୍ରଶିକ୍ଷଣ କେନ୍ଦ୍ର ଏବଂ ମଦ୍ରାସା ଆକ୍ରମଣ ପୂର୍ବରୁ ଯେଭଳି ଥିଲା ଆକ୍ରମଣ ପରେ ମଧ୍ୟ ଠିକ୍ ସେହିଭଳି ରହିଥିବା ଉପଗ୍ରହ ଛବିରୁ ଜଣାପଡ଼ୁଛି ବୋଲି ରଏଟର୍ସର ଏକ ରିପୋର୍ଟରେ କୁହାଯାଇଛି। ସାନ୍ଫ୍ରାନ୍ସିସ୍କୋର ଏକ ଘରୋଇ ଉପଗ୍ରହରୁ ନିଆଯାଇଥିବା ଛବି ଆଧାରରେ ରଏଟର୍ସ ଏଭଳି ରିପୋର୍ଟ ପ୍ରକାଶ କରିଥିବା ବେଳେ ଏହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ବାଲାକୋଟରେ ଏବେ ବି ଜୈସ୍ର ୬ଟି ମଦ୍ରାସା ପୂର୍ବ ଭଳି ରହିଛି ଏବଂ ଆକ୍ରମଣର ୬ ଦିନ ପରେ ଏହି ଫଟୋ ନିଆଯାଇଥିବା ଦାବି କରାଯାଇଛି। ମଦ୍ରାସା ଏବଂ ଏହାର ପରିସର ଅଂଚଳରେ ମଧ୍ୟ କିଛି କ୍ଷତି ହୋଇନାହିଁ ବୋଲି ଏହି ରିପୋର୍ଟରେ କୁହାଯାଇଛି।
ରଏଟର୍ସ ରିପୋର୍ଟ, ପୂର୍ବ ଭଳି ଛିଡ଼ା ହୋଇଛି ଜୈସ୍ର ମଦ୍ରାସା!
/sambad/media/post_attachments/wp-content/uploads/2019/03/Balakot-terror-camp.png)