ନୂଆଦିଲ୍ଲୀ: ବଡ଼ ନିଷ୍ପତ୍ତି ନେଲା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) | ଆରବିଆଇ ମାଷ୍ଟରକାର୍ଡ ଏସିଆକୁ କୌଣସି ନୂତନ ଘରୋଇ ଗ୍ରାହକଙ୍କୁ ନିଜର କାର୍ଡ ନେଟୱାର୍କରେ ସାମିଲ କରିବାକୁ ମନା କରିଛି ଆରବିଆଇ। ଅର୍ଥାତ ଏବେ ମାଷ୍ଟରକାର୍ଡ ଭାରତର ଗ୍ରାହକଙ୍କୁ କୌଣସି ନୂତନ କାର୍ଡ ପ୍ରଦାନ କରିବାରେ ସମର୍ଥ ହେବ ନାହିଁ। ଜୁଲାଇ ୨୨ ପରଠାରୁ ଏହି ପ୍ରତିବନ୍ଧକ ଲାଗୁ ହେବ |
ଏକ ବିବୃତ୍ତିରେ କେନ୍ଦ୍ରୀୟ ବ୍ୟାଙ୍କ ସ୍ପଷ୍ଟ କରିଛି ଯେ, ପେମେଣ୍ଟ ସିଷ୍ଟମ ଡାଟା ଷ୍ଟୋରେଜ ଉପରେ ଆରବିଆଇର ନିର୍ଦ୍ଦେଶ ପାଳନ କରିବାରେ ମାଷ୍ଟରକାର୍ଡର ବିଫଳ ହେବାରୁ ଏଭଳି ପ୍ରତିବନ୍ଧକ ଲଗାଯାଇଛି । ଆମେରିକାର ଏକ୍ସପ୍ରେସ ବ୍ୟାଙ୍କିଙ୍ଗ କର୍ପୋରେସନ ଏବଂ ଡିନର୍ସ କ୍ଲବ ଇଣ୍ଟରନ୍ୟାସନାଲ ଲିମିଟେଡ ପରେ ମାଷ୍ଟରକାର୍ଡ ଉପରେ ଏଭଳି ପ୍ରତିବନ୍ଧକ ଲଗାଇଛି ଆରବିଆଇ | ତେବେ ପୂର୍ବରୁ ମାଷ୍ଟରକାର୍ଡର ଥିବା ଗ୍ରାହକ ଏହି ନିଷ୍ପତ୍ତି ଦ୍ୱାରା ପ୍ରଭାବିତ ହେବେ ନାହିଁ ବୋଲି ଆରବିଆଇ ସ୍ପଷ୍ଟ କରିଛି।
Zee Businessଉଲ୍ଲେଖଯୋଗ୍ୟ, ଏପ୍ରିଲ ୬, ୨୦୧୮ରେ 'ପେମେଣ୍ଟ ସିଷ୍ଟମ ଡାଟା ଷ୍ଟୋରେଜ୍' ନିୟମ ଲାଗୁ କରି ଭାରତରେ ସମସ୍ତ ପେମେଣ୍ଟ ସିଷ୍ଟମ ଅପରେଟର ପ୍ରଦାନକାରୀଙ୍କୁ ସେମାନଙ୍କ ପେମେଣ୍ଟ ସିଷ୍ଟମ ସହ ଜଡିତ ସମସ୍ତ ତଥ୍ୟ କେବଳ ଏକ ସିଷ୍ଟମରେ ଗଚ୍ଛିତ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ସେହି ସମୟରେ, ଆରବିଆଇ ନିୟମ ପାଳନ କରିବାକୁ ପେମେଣ୍ଟ ସିଷ୍ଟମ ଅପରେଟରମାନଙ୍କୁ ୬ମାସ ସମୟ ଦେଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ମାଷ୍ଟରକାର୍ଡ ନିୟମ ପାଳନ କରିନଥିବାରୁ ଆରବିଆଇ ପ୍ରତିବନ୍ଧକ ଲଗାଇଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/t-99.jpg)