ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ କହିଛି କି ବ୍ରିଟେନରେ ଥିବା ବ୍ୟାଙ୍କ ଅଫ୍ ଲଣ୍ଡନରୁ ୧୦୨ ଟନ ସୁନା ଫେରାଇ ଆଣି ସୁରକ୍ଷିତ ସ୍ଥାନକୁ ପଠାଇ ଦିଆଯାଇଛି । ବିଦେଶୀ ମୁଦ୍ରାଭଣ୍ଡାରର ପ୍ରବନ୍ଧନର ନୂଆ ରିପୋର୍ଟ ମୁତାବକ ସେପ୍ଟେମ୍ବର ଶେଷ ସୁଦ୍ଧା ରିଜର୍ଭବ୍ୟାଙ୍କ ପାଖରେ ଥିବା ୮୫୫ ଟନ ସୁନା ମଧ୍ୟରୁ ୫୧୦ ଟନ୍ ସୁନାକୁ ସୁରକ୍ଷିତ ସ୍ଥାନରେ ରଖାଯାଇଛି ।
ସେପ୍ଟେମ୍ବର ୨୦୨୨ ପରେ ବିଦେଶରେ ବନ୍ଧକ ଥିବା ଦେଶର ସୁନା ମଧ୍ୟରୁ ୨୧୪ ଟନ ସୁନା ଫେରାଇ ଅଣାଯାଇଛି । ସାରା ବିଶ୍ୱରେ ବଢୁଥିବା ଯୁଦ୍ଧ ବିଭିଷୀକା ମଧ୍ୟରେ ଭାରତ ସରକାର ସୁନାକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ଯୋଜନା କରିଛନ୍ତି । ସେପଟେ ଏହା ପୂର୍ବରୁ ଚଳିତବର୍ଷ ମେ’ମାସରେ ମଧ୍ୟ ୧୦୦ ଟନ୍ ସୁନା ଭାରତ ସରକାର ଫେରାଇଆଣିଥିଲେ ।
୧୯୯୦ ଦଶକ ପ୍ରାରମ୍ଭରେ ଭାରତର ଆର୍ଥିକ ସ୍ଥିତି ଦୁର୍ବଳ ହୋଇଥିଲା । ଏହି କାରଣରୁ ବିଭିନ୍ନ ସମୟରେ ଭାରତ ସରକାରଙ୍କୁ ବିଭିନ୍ନ ଦେଶରେ ସୁନା ବନ୍ଧକ ପକାଇଥିଲେ । ରିଜର୍ଭ ବ୍ୟାଙ୍କ କହିଛି କି, ଯଦି ଆଗାମୀ ଦିନରେ ଭାରତର ଆର୍ଥିକ ସ୍ଥିତି ଖରାପ ହୁଏ କିମ୍ବା ରାଜନୈତିକ ଅସ୍ଥିରତା ଦେଖାଦିଏ ତେବେ ଏଥିରୁ ମୁକୁଳିବା ପାଇଁ ବିଦେଶରେ ରଖାଯାଇଥିବା ସୁନା କାମରେ ଆସିବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2024/10/30/FCrV387zB94ZMa9wO0aL.jpg)