ରିଜର୍ଭ ବ୍ୟାଙ୍କ ନାଁରେ ବ୍ୟକ୍ତିଗତ ବ୍ୟାଙ୍କ ତଥ୍ୟ ମାଗୁଥିବା ୱେବସାଇଟ୍‌ ପ୍ରତି ସତର୍କ କଲା ଆରବିଆଇ

ମୁମ୍ବାଇ: ନକଲି ରିଜର୍ଭ ବ୍ୟାଙ୍କ େଓ୍ଵବସାଇଟ୍‌ ଖୋଲି ଲୋକମାନଙ୍କ ଗୋପନୀୟ ବ୍ୟାଙ୍କ ତଥ୍ୟ ସଂଗ୍ରହ କରାଯାଉଥିବା ଜଣାପଡ଼ିବା ପରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଲୋକମାନଙ୍କୁ ସତର୍କ କରାଯାଇଛି । ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆଜି ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ରିଜର୍ଭ ବ୍ୟାଙ୍କ କେବେ ମଧ୍ୟ ଲୋକମାନଙ୍କୁ ସେମାନଙ୍କ ବ୍ୟକ୍ତିଗତ ବ୍ୟାଙ୍କ ତଥ୍ୟ ମାଗେ ନାହିଁ । ଏଣୁ ଏପରି ତଥ୍ୟମାଗୁଥିବା ନକଲି େଓ୍ଵବସାଇଟ୍‌ ମାନଙ୍କ ପ୍ରତି ସତର୍କ ରହିବାକୁ ଲୋକମାନଙ୍କୁ ଆରବିଆଇ ପରାମର୍ଶ ଦେଇଛି ।

ନକଲି ରିଜର୍ଭ ବ୍ୟାଙ୍କ ୱେବସାଇଟ୍‌

 

ଏପରି ଏକ ନକଲି େଓ୍ଵବସାଇଟ୍‌ ହେଉଛି ଇଣ୍ଡିଆରିଜର୍ଭବ୍ୟାନଡଟକମ୍‌ (indiareserveban.org) । ଏହାର ହୋମପେଜ୍‌ ଦେଖିବାକୁ ଠିକ୍‌ ରିଜର୍ଭ ବ୍ୟାଙ୍କର ଅସଲି େଓ୍ଵବସାଇଟ୍‌ ପରି । ତେବେ ଏହାର ହୋମପେଜ୍‌ରେ ଅନଲାଇନ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ପାଇଁ ଅନଲାଇନ ଭେରିଫିକେସନ ନାମକ ଏକ ଓ୍ଵିଣ୍ଡୋ ରହିଛି । ଏହା ଦ୍ୱାରା ଲୋକମାନଙ୍କ ଅନଲାଇନ ଆକାଉଣ୍ଟ ସଂପର୍କିତ ତଥ୍ୟ ଯଥା ଆଇଡି, ଆକାଉଣ୍ଟ ନମ୍ବର, ପାସ୍‌ଓ୍ଵାର୍ଡ, ପଂଜୀକୃତ ମୋବାଇଲ ନମ୍ବର ଆଦି ସଂଗ୍ରହ କରାଯାଏ । କିନ୍ତୁ ଏହି େଓ୍ଵବସାଇଟ୍‌ର କଲରକମ୍ବିନେସନ ବା ରଙ୍ଗ ବିନ୍ୟାସ ଠିକ ଅସଲି ରିଜର୍ଭ ବ୍ୟାଙ୍କ େଓ୍ଵବସାଇଟ ପରି ।

ଏ ପରିପ୍ରେକ୍ଷୀରେ ରିଜର୍ଭ ବ୍ୟାଙ୍କ ଲୋକମାନଙ୍କୁ ସତର୍କ କରିଦେଇଛି ଯେ କୌଣିସି ବ୍ୟାଙ୍କ କିମ୍ବା ଖୋଦ ରିଜର୍ଭ ବ୍ୟାଙ୍କ କେବେହେଲେ ମଧ୍ୟ ଲୋକମାନଙ୍କର ବ୍ୟକ୍ତିଗତ ବ୍ୟାଙ୍କ ତଥ୍ୟ ଅନଲାଇନ କିମ୍ବା ଫୋନ ମାଧ୍ୟମରେ ମାଗନ୍ତି ନାହିଁ । ଯଦି ରିଜର୍ଭ ବ୍ୟାଙ୍କ ନାଁରେ କୌଣସି ସଂସ୍ଥା ବା େଓ୍ଵବସାଇଟ୍‌ ଏସବୁ ତଥ୍ୟମାଗନ୍ତି ସେମାନଙ୍କୁ ଏ ସବୁ ତଥ୍ୟ ନ ଦେବାକୁ ପରାମର୍ଶ ଦିଆଯାଇଛି । ଏଠାରେ ସୂଚନଯୋଗ୍ୟ ଯେ ରିଜର୍ଭ ବ୍ୟାଙ୍କର ସରକାରୀ େଓ୍ଵବସାଇଟ୍‌ର ନାଁ ହେଉଛି www.rbi.org.in .

ସମ୍ବନ୍ଧିତ ଖବର