ମୁମ୍ବାଇ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଠକେଇ ସମ୍ବନ୍ଧୀୟ ନିୟମରେ ପରିବର୍ତ୍ତନ କରିଛି। କେନ୍ଦ୍ରୀୟ ବ୍ୟାଙ୍କ ଏ ନେଇ ସମସ୍ତ ବ୍ୟାଙ୍କ, ଏଚଏଫସି ଓ ଏନବିଏଫସିକୁ ଗାଇଡଲାଇନ ମଧ୍ୟ ପଠାଇଛି । ଏହା ଅନୁଯାୟୀ, ବର୍ତ୍ତମାନ କୌଣସି ବ୍ୟକ୍ତି କିମ୍ବା କମ୍ପାନୀକୁ ଠକେଇ ଘୋଷଣା କରିବା ପୂର୍ବରୁ ଏହି ନିୟମପାଳନ କରିବାକୁ ପଡିବ ।

Advertisment

ଆରବିଆଇ ଜୁଲାଇ ୧୫, ସୋମବାର ଏକ ମାଷ୍ଟର ସର୍କୁଲାର ଜାରି କରିଛି । ଏଥିରେ ଠକେଇ ବିପଦ ପରିଚାଳନା ସମ୍ବନ୍ଧୀୟ ନିୟମକୁ ସ୍ପଷ୍ଟ କରାଯାଇଛି। ଏହା ଅନୁଯାୟୀ ଆଭ୍ୟନ୍ତରୀଣ ଅଡିଟ୍ ଏବଂ ବୋର୍ଡ ନିୟନ୍ତ୍ରଣକୁ ସୁଦୃଢ଼ କରିବା ପାଇଁ ସମସ୍ତ ବ୍ୟାଙ୍କ, ଏଚଏଫସି ଏବଂ ଏନବିଏଫସିକୁ ନୂତନ ନିୟମ ପାଳନ କରିବାକୁ ପଡିବ । ମାଷ୍ଟର ସର୍କୁଲାର ଅନୁଯାୟୀ ଠକେଇ ଠାବ କରିବା ପାଇଁ ଡାଟା ଆନାଲିଟିକ୍ସକୁ ମଧ୍ୟ ବ୍ୟବହାର କରିବାକୁ ପଡିବ ।

ଆରବିଆଇର ମାଷ୍ଟର ସର୍କୁଲାର ଅନୁଯାୟୀ, ଠକେଇ ବିପଦ ପରିଚାଳନା କ୍ଷେତ୍ରରେ ବୋର୍ଡ ଏବଂ ବରିଷ୍ଠ ପରିଚାଳନାର ଭୂମିକା ଏବଂ ଦାୟିତ୍ୱ ନିର୍ଦ୍ଧାରଣ କରିବା ପାଇଁ ବୋର୍ଡ ଅନୁମୋଦିତ ନୀତି ଆବଶ୍ୟକତା ରହିଛି। ପୂର୍ବରୁ ଜାରି ହୋଇଥିବା ମାଷ୍ଟର ସର୍କୁଲାରର ସମୀକ୍ଷା କରିବା ପରେ ଆରବିଆଇ ନୂଆ ନିୟମ ଜାରି କରିଛି। ନୂଆ ସର୍କୁଲାର ଅନୁଯାୟୀ, କମ୍ପାନୀ କିମ୍ବା ବ୍ୟକ୍ତିବିଶେଷଙ୍କ ସହ ଜଡ଼ିତ ଠକେଇ ଘୋଷଣା କରିବା ପୂର୍ବରୁ ନ୍ୟାୟ ନୀତି ଅନୁସରଣ କରାଯିବ। ଏଥିପାଇଁ ୨୦୨୩ ମାର୍ଚ୍ଚ ୨୭ତାରିଖରେ ସୁପ୍ରିମ୍ କୋର୍ଟ ଦେଇଥିବା ରାୟକୁ ଦୃଷ୍ଟିରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଓ ରାଜେଶ ଅଗ୍ରଓ୍ଵାଲ ଓ ଅନ୍ୟମାନଙ୍କ ମଧ୍ୟରେ ଏହି ମାମଲା ହୋଇଥିଲା।