ନୂଆଦିଲ୍ଲୀ: ଏପ୍ରିଲ ୧ରୁ ଅଚଳ ହେବ ନାହିଁ ସ୍ବୟଂକ୍ରିୟ ବିଲ୍ ପୈଠ ବ୍ୟବସ୍ଥା। ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବ୍ୟାଙ୍କକୁ ସମୟ ଦେଲା ଆରବିଆଇ। ପୂର୍ବରୁ ଏପ୍ରିଲ୍ ଠାରୁ ମୋବାଇଲ୍ ଫୋନ୍ ବିଲ୍, ୟୁଟିଲିଟି ବିଲ୍, ମିଡିଆ ବିଷୟବସ୍ତୁ ପାଇଁ ସବସ୍କ୍ରିପସନ୍ ଚାର୍ଜ ଏବଂ ବ୍ୟାଙ୍କର ସ୍ବୟଂକ୍ରିୟ ବିଲ୍ ପୈଠ ବ୍ୟବସ୍ଥା(ଅଟୋ-ଡେବିଟ୍) ମାଧ୍ୟମରେ ଓଭର-ଟପ୍ ଷ୍ଟ୍ରିମିଂ ସେବା ପାଇଁ ଆପଣ କରୁଥିବା ମାସିକ ଦେୟ ବାଧାପ୍ରାପ୍ତ ହେବ ବୋଲି କୁହାଯାଉଥିଲା। ଆରବିଆଇ ନୂତନ ନିୟମ ଏପ୍ରିଲ ପହିଲାରୁ ଲାଗୁ କରିବ ବୋଲି କହିବା ସହ ଆଗକୁ ଅବଧି ବଢ଼ାଯିବ ନାହିଁ ବୋଲି ସମସ୍ତ ବ୍ୟାଙ୍କ ଏବଂ କ୍ରେଡିଟ୍ କାର୍ଡ ସେବା ପ୍ରଦାନକାରୀ ସଂସ୍ଥାକୁ କହିଥିଲା। କିନ୍ତୁ ଆଜି ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବ୍ୟାଙ୍କକୁ ସମୟ ଦେଇଛି ଆରବିଆଇ। ଅର୍ଥାତ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବ୍ୟାଙ୍କର ସ୍ବୟଂକ୍ରିୟ ବିଲ୍ ପୈଠ ବ୍ୟବସ୍ଥା ଚାଲୁ ରହିବ।
ଲାଗୁ ହେବାକୁ ଥିବା ଆରବିଆଇର ନୂତନ ନିୟମ ଅନୁଯାୟୀ, ବ୍ୟାଙ୍କ, କ୍ରେଡିଟ୍ କାର୍ଡ ସେବା ପ୍ରଦାନକାରୀ ସଂସ୍ଥା, ଗ୍ରାହକଙ୍କୁ ଦେୟ କଟାଯିବାର ପାଞ୍ଚ ଦିନ ପୂର୍ବରୁ ଏକ ମେସେଜ ପଠାଇବେ ଏବଂ ଗ୍ରାହକ ଦେୟ ପାଇଁ ଅନୁମୋଦନ କରିବା ପରେ ହିଁ ତାଙ୍କ ଆକାଉଣ୍ଟରୁ ଟଙ୍କା କଟିବ। ୫,୦୦୦ ଟଙ୍କାରୁ ଅଧିକ ଦେୟ ପାଇଁ, ବ୍ୟାଙ୍କଗୁଡ଼ିକ ଗ୍ରାହକଙ୍କୁ ଓଟିପି ପଠାଇବାକୁ ବାଧ୍ୟ ବୋଲି ନୂତନ ନିୟମରେ ଉଲ୍ଲେଖ ରହିଛି।
The Economic Timesଆରବିଆଇ ପୂର୍ବରୁ କହିଥିଲା ଯେ, ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ମାଧ୍ୟମରେ ଗ୍ରାହକ କରୁଥିବା ଦେୟ ପାଇଁ ‘ଟୁ-ଫ୍ୟାକ୍ଟର ଅଥେଣ୍ଟିକେସନ’ ନିୟମ ମାନିବାକୁ ବ୍ୟାଙ୍କ, କାର୍ଡ ନେଟୱାର୍କ ଏବଂ ଅନଲାଇନ୍ ବିକ୍ରେତାଙ୍କୁ ମାର୍ଚ୍ଚ ୩୧ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଏହି ନୂତନ ନିୟମ ଏପ୍ରିଲ ୧, ୨୦୨୧ରୁ ଲାଗୁ ହେବ। ହେଲେ ପ୍ରମୁଖ ବ୍ୟାଙ୍କ ଏବଂ ବିକ୍ରେତାମାନେ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ନଥିବା କହି ଅଧିକ ସମୟ ମାଗିଥିଲେ। କିନ୍ତୁ ଆରବିଆଇ ଅଧିକ ସମୟ ଦେବାକୁ ମନା କରିଦେଇଥିଲା। ହେଲେ ଆଜି ଆରବିଆଇ ନୂତନ ନିୟମ ଲାଗୁ କରିବାର ସମୟସୀମା ବଢ଼ାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/t-82.jpg)