ରେପୋ ରେଟ୍ ଅପରିବର୍ତ୍ତିତ ରଖିବା ସହ ୨୦୨୦-୨୧ର ଅଭିବୃଦ୍ଧିହାର ୬% ରହିପାରେ ବୋଲି କହିଲା ରିଜର୍ଭ ବ୍ୟାଙ୍କ୍
ନୂଆଦିଲ୍ଲୀ: ବଜେଟ୍ ୨୦୨୦-୨୧ ପରେ ଗୁରୁବାର ଦିନ ଆୟୋଜିତ ପ୍ରଥମ ଆର୍ଥିକ ନୀତି ସମୀକ୍ଷାରେ ରିଜର୍ଭ ବ୍ୟାଙ୍କ୍ ରେପୋ ରେଟ୍ ୫. ୧୫%ରେ ଅପରିବର୍ତ୍ତିତ ରଖିଛି।
Sambad is now on WhatsApp
Join and get latest news updates delivered to you via WhatsApp
ରିଜର୍ଭ ବ୍ୟାଙ୍କ୍ର ଛଅ ସଦସ୍ୟବିଶିଷ୍ଟ ମନିଟାରି ପଲିସି କମିଟି (ଏମ୍ପିସି) ୨୦୧୯-୨୦ରେ ଅନୁଷ୍ଠିତ ଷଷ୍ଠ ଦ୍ୱିମାସିକ ବୈଠକର ଏହି ନିଷ୍ପତ୍ତିକୁ ବଜାୟ ରଖିବାକୁ ନିଷ୍ପତ୍ତି ନେଇଥିଲେ। ଏହାଛଡ଼ା ୨୦୨୦-୨୧ ବର୍ଷରେ ଅଭିବୃଦ୍ଧି ହାର ୬% ରହିବ ବୋଲି ‘ଏମ୍ପିସି’ ଆକଳନ କରିଛି। କିନ୍ତୁ, ୨୦୨୦ ଅକ୍ଟୋବର-ଡିସେମ୍ବର ମାସରେ ଅଭିବୃଦ୍ଧି ହାର ୬. ୨% ହେବ ବୋଲି ‘ଏମ୍ପିସି’ ଦର୍ଶାଇଛି।
ଅର୍ଥନୈତିକ ଅଭିବୃଦ୍ଧି ଘଟିବା ଯାଏଁ ରେପୋ ରେଟ୍ ଅପରିବର୍ତ୍ତନୀୟ ରହିବ ବୋଲି ରିଜର୍ଭ ବ୍ୟାଙ୍କ୍ କହିଛି। ଦେଶର ଅର୍ଥନୀତି ଦୁର୍ବଳ ରହିଛି ଏବଂ ଅଭିବୃଦ୍ଧି ନକାରାତ୍ମକ ରହିଛି ବୋଲି କମିଟି କହିଛି। ଅଭିବୃଦ୍ଧି କ୍ଷଣିକ ପାଇଁ ବୃଦ୍ଧି ପାଇବାର ସମ୍ଭାବନା ଥିଲେ ବି ତାହା ଅନିଶ୍ଚିତ ବୋଲି ରିଜର୍ଭ ବ୍ୟାଙ୍କ୍ କହିଛି।
ଫେବ୍ରୁଆରି ନୀତି ସମୀକ୍ଷା ବିଷୟରେ ମନ୍ତବ୍ୟ ଦେଇ ରିଜର୍ଭ ବ୍ୟାଙ୍କ୍ର ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ କହିଛନ୍ତି, ଆର୍ଥିକ ନୀତିରେ ଅଚଳାବସ୍ଥାର ପୁନରାବୃତ୍ତିକୁ ଚାହିଁ ଭବିଷ୍ୟତ ଯୋଜନାର କାର୍ଯ୍ୟାଧାରା କରାଯିବା ଅନୁଚିତ। ସାମ୍ପ୍ରତିକ ଆର୍ଥିକ ପରିସ୍ଥିତିକୁ ମୁକାବିଲା କରିବାକୁ ଅନେକ ଉପାୟ ରହିଛି।