ନୂଆଦିଲ୍ଲୀ: ଆଜି ସକାଳ ୧୦ଟା ବେଳେ ରିଜର୍ଭ ବ୍ୟାଙ୍କ୍ର ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେବେ। ସମ୍ପ୍ରତି ଦେଶରେ କରୋନାଭାଇରସ୍ଜନିତ ସଙ୍କଟ ସମୟରେ ସେ କୌଣସି ରିଲିଫ୍ ପ୍ୟାକେଜ୍ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି।
ଗଭର୍ଣ୍ଣର୍ଙ୍କ ସାମ୍ବାଦିକ ସମ୍ମିଳନୀ ସଂକ୍ରାନ୍ତରେ ଆଜି ସକାଳେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଟୁଇଟ୍ କରି ସୂଚନା ଦେଇଛି।
Watch out for the RBI Governor @DasShaktikanta address live at 10:00 am today (April 17, 2020) #rbitoday #rbigovernor
YouTube: https://t.co/rBFkEbmuCX
Twitter: @RBI
@RBIsays
Facebook: https://t.co/rHszbx3HUq— ReserveBankOfIndia (@RBI) April 17, 2020
ମାର୍ଚ ୨୭ ତାରିଖ ସକାଳ ୧୦ଟାରେ ମଧ୍ୟ ରିଜର୍ଭ ବ୍ୟାଙ୍କ୍ ସମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇଥିଲେ।