ପେଟିଏମ୍‌ ପେମେଣ୍ଟ୍‌ ବ୍ୟାଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର ସମୀକ୍ଷା କରିବା ପାଇଁ କୌଣସି ସମ୍ଭାବନା ନାହିଁ: ଆରବିଆଇ ଗଭର୍ଣ୍ଣର

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୋମବାର କହିଛନ୍ତି ଯେ ପେଟିଏମ୍‌ ପେମେଣ୍ଟବ୍ୟାଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର ସମୀକ୍ଷା କରିବା ପାଇଁ କୌଣସି ସମ୍ଭାବନା ନାହିଁ।

ଉଲ୍ଲେଖଯୋଗ୍ୟ, ପେଟିଏମ୍‌ ପେମେଣ୍ଟବ୍ୟାଙ୍କ (ପିପିବିଏଲ୍‌) ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରିଜର୍ଭ ବ୍ୟାଙ୍କ ଜାନୁଆରି ୩୧ରେ ଫେବ୍ରୁଆରି ୨୯ ତାରିଖ ପର ଠାରୁ କୌଣସି ଗ୍ରାହକଙ୍କ ଆକାଉଣ୍ଟ, ୱାଲେଟ୍‌, ଫାଷ୍ଟଟ୍ୟାଗ୍‌ ଏବଂ ଅନ୍ୟାନ୍ୟ ଉପକରଣରେ ଜମା କିମ୍ବା ଟପ୍‌ ଅପ୍‌ ଗ୍ରହଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲା।

ସୋମବାର ଜାତୀୟ ରାଜଧାନୀରେ ସାମ୍ବାଦିକମାନଙ୍କ ସହ ଆଲୋଚନା କାଳରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ଶ୍ରୀ ଦାସ କହିଛନ୍ତି ଯେ ପେଟିଏମ୍‌ ପେମେଣ୍ଟବ୍ୟାଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର ସମୀକ୍ଷା କରିବା ପାଇଁ କୌଣସି ସମ୍ଭାବନା ନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ବ୍ୟାପକ ଆକଳନ ପରେ ହିଁ ଆରବିଆଇ ନିୟନ୍ତ୍ରିତ ସଂସ୍ଥା ଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ।

ରିଜର୍ଭ ବ୍ୟାଙ୍କ ଫିନଟେକ୍‌ କ୍ଷେତ୍ରକୁ ସମର୍ଥନ କରୁଛି ବୋଲି ଗୁରୁତ୍ୱାରୋପ କରି ଆରବିଆଇ ଗଭର୍ଣ୍ଣର ଶ୍ରୀ ଦାସ କହିଛନ୍ତି ଯେ ଏହା ଗ୍ରାହକଙ୍କ ସ୍ୱାର୍ଥ ରକ୍ଷା କରିବା ସହ ଆର୍ଥିକ ସ୍ଥିରତା ସୁନିଶ୍ଚିତ କରିବାକୁ ପ୍ରତିଶ୍ରୁତିବଦ୍ଧ। ପେଟିଏମ୍‌ ମାମଲାରେ କେନ୍ଦ୍ରୀୟ ବ୍ୟାଙ୍କ ଖୁବଶୀଘ୍ର ଏକ ଏଫ୍‌ଏକ୍ୟୁ (ବାରମ୍ବାର ପଚରାଯାଉଥିବା ପ୍ରଶ୍ନ) ଜାରି କରିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର