ମୁମ୍ବାଇ: ଦେଶର କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କ ପାଇଁ ଖୁସି ଖବର ଆସିଛି । ରିଜର୍ଭ ବ୍ୟାଙ୍କ ଶୁକ୍ରବାର କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କଗୁଡ଼ିକୁ ୟୁପିଆଇ ଜରିଆରେ ପ୍ରାକ୍ ଅନୁମୋଦିତ ଋଣ ପ୍ରଦାନ କରିବାକୁ ଅନୁମତି ଦେବାକୁ ପ୍ରସ୍ତାବ ଦେଇଛି। ଶୁକ୍ରବାର ରିଜର୍ଭ ବ୍ୟାଙ୍କର ଦ୍ବିମାସିକ ଋଣନୀତି ସମୀକ୍ଷା ଘୋଷଣା ସମୟରେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ଘୋଷଣା କରିଛନ୍ତି ।
ଗଭର୍ଣ୍ଣର ଶ୍ରୀଦାସ କହିଛନ୍ତି ଯେ ୟୁପିଆଇରେ ପ୍ରାକ-ଅନୁମୋଦିତ ଋଣ ଅଧୀନରେ ଗ୍ରାହକମାନଙ୍କୁ କମ୍ ମୂଲ୍ୟରେ ଏବଂ କମ୍ ସମୟ ମଧ୍ୟରେ ଋଣ ପ୍ରଦାନ କରିବାର ସୁଯୋଗ ରହିଛି। ସେ କହିଛନ୍ତି ଯେ କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କଗୁଡିକ ଶେଷତମ ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ଉଚ୍ଚ ଜ୍ଞାନକୌଶଳ, ସ୍ୱଳ୍ପ ମୂଲ୍ୟର ମଡେଲ ଉପରେ ନିର୍ଭର କରନ୍ତି ଏବଂ ୟୁପିଆଇରେ ଋଣର ପହଂଚକୁ ବିସ୍ତାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ । ତେଣୁ କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କଗୁଡ଼ିକୁ ୟୁପିଆଇ ଜରିଆରେ ପ୍ରାକ୍ ଅନୁମୋଦିତ ଋଣ ଦେବାକୁ ଅନୁମତି ଦେବାକୁ ପ୍ରସ୍ତାବ ଦିଆଯାଇଛି । ଏ ନେଇ ଖୁବଶୀଘ୍ର ଆବଶ୍ୟକ ଗାଇଡଲାଇନ ଜାରି କରାଯିବ ବୋଲି ସେ କହିଛନ୍ତି। ’’
ଗଭର୍ଣ୍ଣର ଶ୍ରୀଦାସ କହିଛନ୍ତି ଯେ ୟୁପିଆଇରେ ପ୍ରାକ-ଅନୁମୋଦିତ ଋଣ ଅଧୀନରେ ଗ୍ରାହକମାନଙ୍କୁ କମ୍ ମୂଲ୍ୟରେ ଏବଂ କମ୍ ସମୟ ମଧ୍ୟରେ ଋଣ ପ୍ରଦାନ କରିବାର ସୁଯୋଗ ରହିଛି। ସେ କହିଛନ୍ତି ଯେ କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କଗୁଡିକ ଶେଷତମ ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ଉଚ୍ଚ ଜ୍ଞାନକୌଶଳ, ସ୍ୱଳ୍ପ ମୂଲ୍ୟର ମଡେଲ ଉପରେ ନିର୍ଭର କରନ୍ତି ଏବଂ ୟୁପିଆଇରେ ଋଣର ପହଂଚକୁ ବିସ୍ତାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ ।
ୟୁପିଆଇ ହେଉଛି ଭାରତୀୟ ଜାତୀୟ ଦେୟ ନିଗମ (ଏନପିସିଆଇ) ଦ୍ୱାରା ମୋବାଇଲ ଫୋନ୍ ମାଧ୍ୟମରେ କାରବାର ପାଇଁ ବିକଶିତ ଏକ ଦ୍ରୁତ ରିୟଲ୍ ଟାଇମ୍ ପେମେଣ୍ଟ ସିଷ୍ଟମ୍ । ସେପ୍ଟେମ୍ବର ୨୦୨୩ରେ ୟୁପିଆଇର ପରିସର ବୃଦ୍ଧି କରାଯାଇଥିଲା। ଏହା ଅଧୀନରେ ୟୁପିଆଇ ଜରିଆରେ ପ୍ରି-ଅନୁମୋଦିତ ଋଣ ଲିଙ୍କ କରାଯାଇଥିଲା। ପେମେଣ୍ଟ ବ୍ୟାଙ୍କ, କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କ ଏବଂ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ବ୍ୟତୀତ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ଏହାକୁ 'ଫଣ୍ଡିଂ' ଆକାଉଣ୍ଟ ଭାବେ ବ୍ୟବହାର କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2024/12/06/bCDU4ZlQO2kfVx0wYx5c.jpeg)