ମୁମ୍ବାଇ: ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ୍ ବା ଆର୍ବିଆଇ ରେପୋ ରେଟ୍ ହ୍ରାସ କରି ୬.୨୫% କରିବାକୁ ଘୋଷଣା କରିଛି। ଯାହାକି ମଧ୍ୟବିତ୍ତ ଶ୍ରେଣୀର ଲୋକମାନଙ୍କ ପାଇଁ ଏକ ବଡ଼ ଆଶ୍ବସ୍ତି।
ନୂତନ ଭାବରେ ନିଯୁକ୍ତ ହୋଇଥିବା ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର ସଞ୍ଜୟ ମଲୋହୋତ୍ରାଙ୍କ ନେତୃତ୍ୱରେ ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ ଏମ୍ପିସି ହାରକୁ ୨୫ ବେସିକ୍ ପଏଣ୍ଟ୍ ହ୍ରାସ କରିବା ପରେ ୬.୨୫% ରହିଛି ରେପୋ ରେଟ୍।
ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କର ଏହା ପ୍ରଥମ ନୀତି ବୈଠକ ଥିଲା। ୨୦୨୦ ମସିହା ପରଠାରୁ ରେପୋ ରେଟ୍ ପ୍ରଥମ ଥର ପାଇଁ ହ୍ରାସ ପାଇଛି। ବ୍ୟୟ ବୃଦ୍ଧି ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଏପରି ନିଷ୍ପତ୍ତି ନେଇଥିବା ସୂଚନା ରହିଛି।
ପୂର୍ବରୁ, ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ୨୦୨୦ ମସିହା ମେ ମାସରେ ରେପୋ ହାର ହ୍ରାସ କରିଥିଲା । କିନ୍ତୁ ଏହାପରେ ଏହାକୁ ଧୀରେ ଧୀରେ ୬.୫ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା । ଶେଷ ଥର ପାଇଁ ଫେବ୍ରୁଆରି ୨୦୨୩ରେ ରେପୋ ହାର ବୃଦ୍ଧି କରାଯାଇଥିଲା।
ଏବେ ରେପୋ ହାର ୬.୫୦ରୁ ୬.୨୫କୁ ହ୍ରାସ କରାଯାଇଛି । ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ ହୋଇଛି । ଏଣୁ ରିଜର୍ଭ ବ୍ୟାଙ୍କ ଆଗରେ ଅନେକ ବଡ଼ ଚ୍ୟାଲେଞ୍ଜ ରହିଛି ବୋଲି ପୂର୍ବରୁ ଗଭର୍ଣ୍ଣର କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/02/07/pLWxJOZgaePz7Mq0XzOe.jpg)