ନୂଆଦିଲ୍ଲୀ: ପୁଣି ବଦଳିବ ନୋଟର ଚେହେରା । ଆସୁଛି ନୂଆ ନୋଟ୍ । ମହାତ୍ମା ଗନ୍ଧୀଙ୍କ ଫଟୋ ସହ ନୂଆ ନୋଟ୍ ଆସିବ ଯେଉଁଥିରେ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରାଙ୍କ ଦସ୍ତଖତ ରହିବ । ତେବେ ୧୦ ଟଙ୍କିଆ, ୧୦୦ ଟଙ୍କିଆ, ୨୦୦ ଟଙ୍କିଆ ଏବଂ ୫୦୦ ଟଙ୍କିଆର ନୋଟର ନବକଳେବର ହେବାକୁ ଯାଉଛି । 

Advertisment

କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା ଜାରି ବିବୃତ୍ତି ଅନୁସାରେ, ଏହି ନୋଟର ବଡ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆରବିଆଇ) ଅନୁସାରେ, ମହାତ୍ମା ଗାନ୍ଧୀଙ୍କ ନୂଆ ଫଟୋ ଏବଂ ଆରବିଆଇ ଗଭର୍ଣ୍ଣରଙ୍କ ଦସ୍ତଖତ ସହ ନୂଆ ୧୦ ଟଙ୍କିଆ ଏବଂ ୫୦୦ଟଙ୍କିଆ ନୋଟ୍ ଜାରି କରାଯିବ । ଅର୍ଥାତ୍ ନୋଟରେ କୌଣସି ବଡ ପରିବର୍ତ୍ତନ ହେବ ନାହିଁ । ତେବେ ନୂଆ ନୋଟ୍ କଥା ଯେତେବେଳେ ଉଠୁଛି ସେତେବେଳେ ମନକୁ ପ୍ରଶ୍ନ ଆସୁଥିବ କଣ ହେବ ପୁରୁଣା ନୋଟ୍ ?

NEW NOTE
Photograph: (Sambad.in)

 

କ’ଣ ହେବ ପୁରୁଣା ନୋଟ୍ ? 

ଆରବିଆଇ ସ୍ପଷ୍ଟ ଭାବେ କହିଛି, ନୂଆ ନୋଟ୍ ଜାରି ହେବା ପରେ ବି ପୁରୁଣା ନୋଟ ଉପରେ କୌଣସି ପ୍ରଭାବ ପଡିବ ନାହିଁ । ବଜାର ଏବଂ ବ୍ୟାଙ୍କରେ ଯେଉଁଭଳି ଭାବେ ୧୦ ଟଙ୍କିଆ, ୧୦୦ ଟଙ୍କିଆ, ୨୦୦ ଟଙ୍କିଆ ଓ ୫୦୦ ଟଙ୍କିଆ ନୋଟ୍ ବ୍ୟବହାର ହେଉଥିଲା ସେହିପରି ଭାବେ ପ୍ରଚଳିତ ହେବ । ଏହାର ଅର୍ଥ ୨ ପ୍ରକାର ନୋଟ୍- ନୂଆ ଓ ପୁରୁଣା ନୋଟ୍ ବିନା ଦ୍ୱନ୍ଦ୍ୱରେ ବଜାରରେ ପ୍ରଚଳିତ ହେବ । ଏଥିରେ କୌଣସି ସମସ୍ୟା ହେବ ନାହିଁ । 

ପୁଣି ବଦଳିବ ରଙ୍ଗ ଓ ଆକାର 

ପୂର୍ବରୁ ବିମୁଦ୍ରାକରଣ ପରେ, ଆରବିଆଇଓ ନୂତନ ୧୦୦ ଏବଂ ୫୦୦ ଟଙ୍କାର ନୋଟ୍ ଜାରି କରିଥିଲା, ଯାହାର ରଙ୍ଗ ଏବଂ ଆକାରରେ ବଡ଼ ପରିବର୍ତ୍ତନ ଆସିଥିଲା । ଏବେ ପୁଣି ଥରେ ରିଜର୍ଭ ବ୍ୟାଙ୍କ ନୂତନ ଟଙ୍କାର ନୋଟ୍ ଜାରି କରିବାକୁ ଯାଉଛି । ଏହି ନୋଟଗୁଡ଼ିକର ରଙ୍ଗ, ଆକାର, ଥିମ୍, ସିକ୍ୟୁରିଟି ଫିଚର୍ସ ଏବଂ ଡିଜାଇନରେ ବଡ଼ ପରିବର୍ତ୍ତନ ଆସିବ । 

ବର୍ତ୍ତମାନର ୫୦୦ ଟଙ୍କାର ନୋଟ୍ ଷ୍ଟୋନ୍ ଗ୍ରେ ରଙ୍ଗର ଥିବାବେଳେ ଆଗକୁ ନୂତନ ରଙ୍ଗ ପ୍ରଚଳନ କରାଯାଇପାରେ ଏବଂ ଏହାର ଆକାରରେ ମଧ୍ୟ ପରିବର୍ତ୍ତନ ହେବା ନେଇ ସୂଚନା ମିଳିଛି ।  ତେବେ ଏଠାରେ କହିରଖୁଛୁ କି ନୂତନ ୫୦୦ଟଙ୍କିଆ ନୋଟ୍ ଓ ୧୦ଟଙ୍କିଆ ନୋଟ୍ ପ୍ରଚଳନ ଦ୍ୱାରା ଜନସାଧାରଣଙ୍କ ଉପରେ କୌଣସି ପ୍ରଭାବ ପଡିବ ନାହିଁ ।