ନୂଆଦିଲ୍ଲୀ: ଏଟିଏମରୁ ନୋଟ ବାହାରିବା କିଛି ନୂଆ କଥା ନୁହେଁ; କିନ୍ତୁ ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏବେ ଏଟିଏମରୁ କଏନ୍ ମଧ୍ୟ ବାହାରିବ। ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ଦେଶର ୧୨ଟି ସହରରେ କ୍ୟୁଆର କୋଡ୍ ଆଧାରିତ ମୁଦ୍ରା ଭେଣ୍ଡିଂ ମେସିନ୍ ଆରମ୍ଭ କରାଯିବ। ତେବେ, ଦେଶର ଏହି ୧୨ଟି ସହର କେଉଁଗୁଡିକ ହେବ ତାହା ବର୍ତମାନ ପର୍ଯ୍ୟନ୍ତ ସ୍ଥିର କରାଯାଇନାହିଁ ବୋଲି ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ କହିଛନ୍ତି।
ଏହି ଭେଣ୍ଡିଂ ମେସିନ୍ଗୁଡ଼ିକରେ ୟୁପିଆଇ ଦ୍ୱାରା ଗ୍ରାହକମାନେ କଏନ ବାହାର କରିପାରିବେ। ପାଇଲଟ ପ୍ରୋଜେକ୍ଟରୁ ମିଳିଥିବା ସୂଚନାକୁ ଆଧାର କରି ଏହି ମେସିନ ବ୍ୟବହାର କରି ମୁଦ୍ରା ବଣ୍ଟନକୁ ପ୍ରୋତ୍ସାହନ ଦେବା ପାଇଁ ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶନାମା ଦିଆଯିବ ବୋଲି ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର୍ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/coin_atm.jpg)