କୃଷକମାନଙ୍କ ପାଇଁ ରିଜର୍ଭ ବ୍ୟାଙ୍କର ବଡ଼ ଘୋଷଣା, ଏଣିକି ୧ଲକ୍ଷ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ କୃଷିଋଣ ପାଇଁ ବନ୍ଧକ ଦରକାର ପଡ଼ିବ ନାହିଁ

ମୁମ୍ବାଇ : ଗତ କାମଚଳା ବଜେଟରେ କେନ୍ଦ୍ର ସରକାର କୃଷକମାନଙ୍କ ପାଇଁ ବିଭିନ୍ନ ଲୋଭନୀୟ ଘୋଷଣା କରିଥିବାବେଳେ ଆଜି ରିଜର୍ଭ ବ୍ୟାଙ୍କ ମଧ୍ୟ କୃଷକଙ୍କ ପାଇଁ ଏକ ବଡ଼ ସୁବିଧା ଘୋଷଣା କରିଛି । ଏଣିକି କୃଷକମାନେ ବିନା ବନ୍ଧକରେ ୧ ଲକ୍ଷ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ । ଏବେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷିଋଣ ବିନା ବନ୍ଧକରେ ମିଳିପାରିବ । ଗତ ୨୦୧୦ରେ ଏହି ସୀମା ଧାର୍ଯ୍ୟ କରାଯାଇଥିଲା । ମୁଦ୍ରାସ୍ପୀତି ସ୍ଥିତି ଓ କୃଷି ପାଇଁ ଆନୁଷଙ୍ଗିକ ବ୍ୟୟ ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।
କେବଳ ଏତିକି ନୁହେଁ, କୃଷି ଋଣ ସଂପର୍କରେ ଏକ ଅନୁକୂଳ ନୀତି ନିର୍ଦ୍ଧାରଣ ପାଇଁ ଏକ ଅନ୍ତରୀଣ ଓ୍ଵାର୍କିଂ ଗ୍ରୁପ ଗଠନ ପାଇଁ ରିଜର୍ଭ ବ୍ୟାଙ୍କ ନିଷ୍ପତ୍ତି ନେଇଛି ।
ଗତ କାମଚଳା ବଜେଟରେ କେନ୍ଦ୍ର ସରକାର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ବର୍ଷକୁ ୬ ହଜାର ଟଙ୍କାର ନଗଦ ଅର୍ଥ ପ୍ରେରଣ ସଂପର୍କରେ ଘୋଷଣା କରିଥିଲେ। ଏହା ସହିତ ଆହୁରି ଅନେକ ପ୍ରକାରର ଯୋଜନା କୃଷକମାନଙ୍କ ପାଇଁ ଘୋଷଣା କରିଥିଲେ ।

ସମ୍ବନ୍ଧିତ ଖବର