ନୂଆଦିଲ୍ଲୀ: ଭାରତରେ ପହଞ୍ଚିଲା ବାୟୁସେନାର ବାହୁବଳୀ । ଫ୍ରାନ୍ସରୁ ଉଡ଼ାଣ ଭରି ଆଜି ଭାରତରେ ପହଞ୍ଚିଛି ଆଉ ୩ଟି ରାଫେଲ ବିମାନ । ଫ୍ରାନ୍ସରୁ ପ୍ରାୟ ୭୦୦୦କିଲୋମିଟର ଯାତ୍ରା କରି ଏବେ ଭାରତରେ ଅବତରଣ କରିଛି ଏହି ଲଢୁଆ ବିମାନ । ଏହି ଯାତ୍ରା ସମୟରେ ଆକାଶରେ ଇନ୍ଧନ ଭରିବା ସହ ଗୁଜରାଟ ଜାମନଗରରେ ଏହି ୩ଟି ବିମାନ ଅବତରଣ କରିଛି ।

Advertisment

ଭାରତୀୟ ବାୟୁସେନା ପକ୍ଷରୁ ଏ ସମ୍ପର୍କରେ ଟ୍ବିଟ କରି କୁହାଯାଇଛି " ପ୍ରାୟ ୭ ହଜାର କିଲୋମିଟର ଦୂର ଅତିକ୍ରମ କରି ୩ଟି ରାଫେଲ ବିମାନ ଭାରତରେ ଓହ୍ଲାଇଛି । ଏହି ବିମାନଗୁଡ଼ିକରେ ଆକାଶମାର୍ଗରେ ଇନ୍ଧନ ଭର୍ତ୍ତି କରାଯାଇଥିଲା ।"

୨୦୧୬ରେ ଫ୍ରାନ୍ସ ସହିତ ରାଫେଲ ବିମାନ ନେଇ ୫୯ ହଜାର କୋଟିର ଚୁକ୍ତି ହୋଇଥିଲା । ଜୁଲାଇ ୨୮ରେ ଭାରତକୁ ପ୍ରଥମ ୫ଟି ରଫେଲ ମିଳିଥିଲା । ଏହାପରେ ନଭେମ୍ବରରେ ଦ୍ୱିତୀୟ ପର୍ଯ୍ୟୟରେ ରାଫେଲ ଭାରତକୁ ମିଳିଥିଲା । ଏହାପରେ ମାର୍ଚ୍ଚ ଓ ଏପ୍ରିଲରେ ଆହୁରି ରାଫେଲ ଭାରତକୁ ଯୋଗାଇବ ଫ୍ରାନ୍ସ ।