ନୂଆଦିଲ୍ଲୀ : ଦିଲ୍ଲୀ କ୍ୟାଣ୍ଟ୍ର ପରେଡ୍ ଗ୍ରାଉଣ୍ଡ୍ରେ ଆରମ୍ଭ ହୋଇଥିବା ଏନ୍ସିସି ଗଣତନ୍ତ୍ର ଦିବସ କ୍ୟାମ୍ପ୍ (ଆରଡିସି)-୨୦୨୨ରେ ଓଡ଼ିଶାରୁ ୬୦ ଜଣ କ୍ୟାଡେଟ୍ ଯୋଗଦେଇଛନ୍ତି। ତିନି ଜଣ ଆସୋସିଏଟ୍ ଏନ୍ସିସି ଅଫିସର ଏମାନଙ୍କ ତତ୍ତ୍ବାବଧାନ କରୁଛନ୍ତି।
କ୍ୟାଡେଟ୍ମାନଙ୍କ ମଧ୍ୟରେ ଅଛନ୍ତି ୩୭ ପୁରୁଷ ଓ ୨୩ ମହିଳା। ଚଳିତ ମାସ ୨୯ ତାରିଖ ପର୍ଯ୍ୟନ୍ତ ଏହି କ୍ୟାମ୍ପ ଚାଲିବ। ଓଡ଼ିଶା ସମେତ ଦେଶର ୧୭ଟି ରାଜ୍ୟରୁ ଏକ ହଜାର ୬୦୦ କ୍ୟାଡେଟ୍ କ୍ୟାମ୍ପ୍ରେ ଯୋଗଦେଇଛନ୍ତି। ଏମାନଙ୍କ ମଧ୍ୟରେ ୫୬୦ ଜଣ ମହିଳା ଅଛନ୍ତି। ଜାନୁଆରି ୨୮ରେ ଆର୍ଡିସି-୨୦୨୨କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧନ କରିବେ। କ୍ୟାମ୍ପରୁ ଚୟନ କ୍ୟାଡେଟ୍ମାନେ ଦିଲ୍ଲୀ ରାଜପଥ ପରେଡ୍ ଏନ୍ସିସି କଣ୍ଟିଜେଣ୍ଟ୍ରେ ଅଂଶ ଗ୍ରହଣ କରିବେ। ଏଥି ସହିତ ୨୯ ଦିନର କ୍ୟାମ୍ପ ରହଣି ଅବଧିରେ କ୍ୟାଡେଟ୍ମାନେ ବିଭିନ୍ନ କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗନେବେ। ଓଡ଼ିଶାର ୨୦ ଜଣ କ୍ୟାଡେଟ୍ଙ୍କ ଦ୍ବାରା ‘ସମର୍ପଣ’ ଶୀର୍ଷକ ନୃତ୍ୟ ନାଟିକକୁ ଆର୍ଡିସି ପ୍ରତିଯୋଗିତାରେ ପ୍ରଦର୍ଶିତ କରାଯାଇଛି।