ନୂଆଦିଲ୍ଲୀ : ବିଶ୍ବ ଚଷମା ବଜାରର ଚର୍ଚ୍ଚିତ ସଂସ୍ଥା ରେ-ବ୍ୟାନ୍ର ମାଲିକ ଲିଓନାର୍ଡୋ ଡେଲ୍ ଭେଚ୍ଛିଓଙ୍କ ୮୭ ବର୍ଷ ବୟସରେ ଦେହାନ୍ତ ହୋଇଛି। ଇଟାଲିର ଫେସନ ରାଜଧାନୀ କୁହାଯାଉଥିବା ମିଲାନ ସହରର ଏକ ଅନାଥାଶ୍ରମରେ ବଢ଼ିଥିବା ଏହି ଲିଓନାର୍ଡୋ ଏକ ପର୍ବାଞ୍ଚଳର ୱାର୍କସପ୍ରୁ ନିଜ ଯାତ୍ରା ଆରମ୍ଭ କରି ବିଶ୍ବର ସବୁଠୁ ଲୋକପ୍ରିୟ ଚଷମା କଂପାନି ପ୍ରତିଷ୍ଠା କରିବାରେ ସଫଳ ହୋଇଥିଲେ। ତାଙ୍କ ସଂସ୍ଥା ଏସିଲର ଲକ୍ସୋଟିକା ସାରା ବିଶ୍ବରେ ବହୁ କଂପାନି ଅଧିଗ୍ରହଣ କରିଥିଲା। ରେ-ବ୍ୟାନ୍ ଓ ଓକ୍ଲେ ଭଳି ଚଷମା ବ୍ରାଣ୍ଡ୍କୁ ସେ ନିଜ ଅଧୀନକୁ ଆଣଥିଲେ। ଅର୍ମାନି ଓ ପ୍ରାଡା ଭଳି ସଂସ୍ଥା ଲାଗି ଲିଓନାର୍ଡୋଙ୍କ କଂପାନି ଫ୍ରେମ୍ ଯୋଗାଉଛି। ତାଙ୍କ ସଂସ୍ଥା ପାଇଁ ୧,୮୦,୦୦୦ରୁ ଅଧିକ କର୍ମଚାରୀ କାମ କରୁଛନ୍ତି।
ରେ-ବ୍ୟାନ୍ ମାଲିକଙ୍କ ଦେହାନ୍ତ
/sambad/media/post_attachments/wp-content/uploads/2022/06/ray-ban.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)