ବିହାର ରାଜନୀତି ଉପରେ ପ୍ରତିକ୍ରିୟା

ନୂଆଦିଲ୍ଲୀ: ବିଜେପି ସହିତ ସଂପର୍କ ଛିନ୍ନକୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ସ୍ବାଗତ କରିଛନ୍ତି। ରାଜନୈତିକ ଦଳଗୁଡ଼ିକ ପାଇଁ ଏହା ଏକ ଭଲ ଆରମ୍ଭ। ଆଜିର ଦିନରେ ଇଂରେଜମାନଙ୍କୁ ଭାରତ ଛାଡ଼ ‌ସ୍ଳୋଗାନ ଦିଆଯାଇଥିଲା। ଆଜି ବିହାରରୁ ବିଜେପି ଭାଗୋ ସ୍ଳୋଗାନ ଆରମ୍ଭ ହୋଇଛି। ନିକଟ ଭବିଷ୍ୟତରେ ବିଭିନ୍ନ ରାଜ୍ୟରେ ରାଜନୈତିକ ଦଳଗୁଡ଼ିକ ବିଜେପି ବିରୋଧରେ ବାହାରିବେ ବୋଲି ସେ କନୌଜଠାରେ କହିଛନ୍ତି।

ବିହାରରୁ ବିଜେପି ଭାଗୋ ଆନ୍ଦୋଳନ ଆରମ୍ଭ: ଅଖି‌ଳେଶ

ଏହା ଘଟିବାର ଥିଲା। ସେମାନେ ମେଣ୍ଟ କରିଥିଲେ କ୍ଷମତାକୁ ଆସିବା ପାଇଁ ଏବଂ ଶେଷରେ ଏହା ଭାଙ୍ଗିଲା। ଗୋଆ, ମଧ୍ୟପ୍ରଦେଶ ବା ମହାରାଷ୍ଟ୍ର ହେଉ, ସବୁଠି ସେମାନେ (ବିଜେପି) ଏକଚ୍ଛତ୍ରବାଦୀ ଆଚରଣ ଦେଖାଇଛନ୍ତି।

ଘଟିବାର ଥିଲା: ଗେହଲଟ
ବିଜେପିର ନୀତି ହେଉଛି ଆଞ୍ଚଳିକ ଦଳଗୁଡ଼ିକରେ ପ୍ରଥମେ ଅସ୍ଥିରତା ସୃଷ୍ଟି କର ପରେ ସେଗୁଡ଼ିକୁ ଧ୍ବଂସ କରିଦିଅ ଏବଂ ସେମାନଙ୍କ ଜାଗା ନିଜେ ଦଖଲ କରିନିଅ। ସେହି କାରଣରୁ ବିହାରରେ ଜେଡିୟୁକୁ ନୂଆ ମେଣ୍ଟ କରିବାକୁ ପଡ଼ିଲା। ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଓଡ଼ିଶା, ତେଲେଙ୍ଗାନା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ବିଜେପିର ସେହି ଗେମ୍ ପ୍ଲାନ୍ ବଳବତ୍ତର ରହିଛି। ସବୁ ବିରୋଧୀ ଦଳ ଏକାଠି ହେଲେ ହିଁ ଏହାକୁ ରୋକାଯାଇ ପାରିବ।

ବିରୋଧୀ ଏକାଠି ହେଲେ ବିଜେପିର ଖେଳ ରୋକାଯାଇ ପାରିବ: ଆଲ୍‌ଭା

ବିଜେପି ନୀତୀଶ କୁମାରଙ୍କ ବିନା ଅନୁମୋଦନରେ ଆର୍‌ସିପି ସିଂହଙ୍କୁ କେନ୍ଦ୍ରମନ୍ତ୍ରୀ କରିଥିଲା ଓ ଜେଡିୟୁକୁ ଭାଙ୍ଗିବାକୁ ଚାହୁଛି ବୋଲି ଜେଡିୟୁ ପକ୍ଷରୁ ଯାହା କୁହାଯାଉଛି ତାହା ଡାହା ମିଛ। ସେହିଭଳି ବିହାର ବିଜେପି ମୁଖ୍ୟ ସଞ୍ଜୟ ଜୟସ୍ବାଲ କହିଛନ୍ତି ଜେଡିୟୁ ବିହାର ଓ ଜନାଦେଶକୁ ଧୋକା ଦେଇଛି।
ଜେଡିୟୁ ଡାହା ମିଛ କହୁଛି: ସୁଶୀଲ ମୋଦି

ସମ୍ବନ୍ଧିତ ଖବର