ଗାନ୍ଧୀନଗର: ଗୁଜୁରାଟର ଭଦୋଦରାର କରେଲିବାଗ ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ଜଣେ ମଦ୍ୟପ ଡ୍ରାଇଭର ଅନେକ ଗାଡ଼ିକୁ ଧକ୍କା ଦେଇଥିଲେ । ସିସିଟିଭିରେ କଏଦ ହୋଇଥିବା ଦୁର୍ଘଟଣା ପରେ ଡ୍ରାଇଭର ଆଇନ ଛାତ୍ର ଜଣଙ୍କ ଗାଡିରୁ ବାହାରି ବେଶ କିଛି ସମୟ ଉତ୍ତେଜନା ସୃଷ୍ଟି କରିଥିଲେ ।
ଭାଇରାଲ ହୋଇଥିବା ଭିଡିଓ ଫୁଟେଜ ଅନୁସାରେ, କାର ଡ୍ରାଇଭର ଦୁର୍ଘଟଣା ଘଟାଇବା ପରେ ଅସଭ୍ୟ ଭାବେ ଚିତ୍କାର କରିବାକୁ ଲାଗିଲେ । ସେ ବାରମ୍ବାର ଚିତ୍କାର କରୁଥିଲେ: “ଆଉ ଏକ ରାଉଣ୍ଡ, ଆଉ ଏକ ରାଉଣ୍ଡ!” ଏବଂ “ଓମ୍ ନମଃ ଶିବାୟ!” କହୁଥିବାର ଶୁଣିବାକୁ ମିଳିଛି ।
#WATCH | Vadodara, Gujarat: One woman has died, and four others are injured after an overspeeding four-wheeler rammed into a two-wheeler (14/03).
— ANI (@ANI) March 15, 2025
Accused Rakshit Ravish Chaurasia claims, " We were going ahead of the scooty, we were turning right and there was a pothole on the… pic.twitter.com/7UMundtDXH
ତେବେ ଭଦୋଦରାର ଏକ ବ୍ୟସ୍ତବହୁଳ ଛକ, କରେଲିବାଗର ଆମ୍ରପାଲି ଚାର ରାସ୍ତା ନିକଟରେ ଏହି ଦୁର୍ଘଟଣା ଘଟିଛି । ପ୍ରତ୍ୟକ୍ଷଦର୍ଶୀ ଏବଂ ସିସିଟିଭି ଫୁଟେଜ୍ ଅନୁଯାୟୀ, ଏକ ଦ୍ରୁତଗତିରେ ଯାଉଥିବା କଳା କାର ନିୟନ୍ତ୍ରଣ ହରାଇ ଏକ ଦୁଇ ଚକିଆ ଗାଡ଼ିକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଜଣେ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା, ଯାହାଙ୍କୁ ପରେ ହେମାଲିବେନ୍ ପଟେଲ ବୋଲି ଚିହ୍ନଟ କରାଯାଇଥିଲା । ଦୁର୍ଘଟଣାର ପ୍ରଭାବରେ ପ୍ରାୟ ୧୦ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଥିଲେ । ଜରୁରୀକାଳୀନ ସେବାଗୁଡ଼ିକ ଆହତମାନଙ୍କୁ ନିକଟସ୍ଥ ଏକ ହସ୍ପିଟାଲକୁ ପଠାଇଥିଲେ, ଯେଉଁଠାରେ ସେମାନେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି । ପୁଲିସ ଘଟଣାରେ ସମ୍ପୃକ୍ତ ଆଇନ ଛାତ୍ର ରକ୍ଷିତ ଚୌରାସିଆକୁ ଗିରଫ କରିଛି ।
#WATCH | Vadodara, Gujarat: On Vadodara accident, Vadodara Police Commissioner Narasimha Komar says, "...Three other vehicles - two active vehicles, electric vehicle (EV) apart from a four-wheeler, are involved in the incident...Eight people were injured and a woman has died.… pic.twitter.com/GICi9reNCO
— ANI (@ANI) March 15, 2025