ଦେଖନ୍ତୁ କିପରି ସ୍କୁଟିର ହେଡ ଲାଇଟ ଉପରେ ଫଣା ଟେକି ବସିଛି ନାଗ ସାପ

କୋରବା: ଛତିଶଗଡର କୋରବା ସହରର ଖର୍ମୋରା ବସ୍ତିରେ ଜଣଙ୍କ ଘରେ ଏକ ବିଷଧର ସାପ ପଶିଥିବା ଦେଖି ଲୋକଙ୍କ ମନରେ କୋକୁଆ ଭୟ ଖେଳି ଯାଇଥିଲା। ଏହାପରେ ସ୍ଥାନୀୟ ଲୋକମାନେ ସାପକୁ ବାହାରକୁ ବାହାର କରିବାକୁ ଚେଷ୍ଟା କରୁଥିବା ବେଳେ ଘରେ ରଖାଯାଇଥିବା ଏକ ସ୍କୁଟିର ହେଡ ଲାଇଟ ଉପରେ ସାପଟି ପଶି ଯାଇଥିଲା। ଏଥିରୁ ସାପକୁ ବାହାର କରିବା ସହଜ ହୋଇ ନଥିବା ବେଳେ ଲୋକମାନେ ଘଟଣା ସମ୍ପର୍କରେ ସ୍ଥାନୀୟ ସାପଧରାଳି ଅବିନାଶ ଯାଦବଙ୍କୁ ଖବର ଦେଇଥିଲେ।

ଅବିନାଶ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସାପକୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା ବେଳେ ଆକ୍ଟିଭା ସ୍କୁଟିର ହେଡ ଲାଇଟ ଉପରେ ଫଣା ଟେକି ନାଗ ସାପ ବସିଥିବା ଦେଖିବାକୁ ମିଳିଥିଲା। ଏହାପରେ ସାପଧରାଳି ନାଗକୁ ସ୍କୁଟି ହେଡ ଲାଇଟ ଉପରୁ କୌଶଳକ୍ରମେ ଉଦ୍ଧାର କରି ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡି ଦେଇଥିଲେ।

ସାପ ସ୍କୁଟି ଭିତରେ ପ୍ରବେଶ କରିବା ଦେଖି କେହି ଭୟଭୀତ ହୋଇ ଯାଇଥିବା ବେଳେ ଅନ୍ୟ କେତେକ ନାଗ ସାପକୁ ଭଗବାନ ଶିବଙ୍କ ପ୍ରତୀକ ଭାବି ଆଶୀର୍ବାଦ ବି ନେଇଥିଲେ।

ସମ୍ବନ୍ଧିତ ଖବର