ନୂଆଦିଲ୍ଲୀ: ୧୯ଦିନ ବିତିଥିଲେ ମଧ୍ୟ ଚାଷୀ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ବୁଝାମଣା ହୋଇପାରିନାହିଁ। ଏ ନେଇ ଆଜି ଆନ୍ଦୋଳନରତ ଚାଷୀମାନେ ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅନଶନ କରିଥିଲେ। ତେବେ ଚାଷୀଙ୍କ ଆନ୍ଦୋଳନ ତୀବ୍ର ହେଉଥିବା ଦେଖି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଚାଷୀଙ୍କ ସହ ପ୍ରତି କୃଷୀ ଆଇନର ପ୍ରତି ଧାରା ଅନୁସାରେ ଆଲୋଚନା କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି।
ତାଙ୍କ କହିବା ମୁତାବକ "କେନ୍ଦ୍ର ସରକାର କୃଷକଙ୍କ ସହ ଆଇନର ଧାରା ଅନୁଯାୟୀ ଆଲୋଚନା କରିବାକୁ ପ୍ରସ୍ତୁତ। ଆମେ କୃଷକମାନଙ୍କୁ ଆମର ଲିଖିତ ପ୍ରସ୍ତାବ ପଠାଇଛୁ ଏବଂ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ ଆମେ ସେମାନଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରିଛୁ। ତିନୋଟି ବିଲ୍ କୃଷକଙ୍କ କଲ୍ୟାଣ ପାଇଁ ଅଟେ। "
ଅନ୍ୟ ପକ୍ଷରେ ହରିୟାଣା ଉପମୁଖ୍ୟମନ୍ତ୍ରୀ ତଥା ଜେଜେପି ନେତା ଦୁଷ୍ୟନ୍ତ ଚୌଟାଲା ଗଣମାଧ୍ୟମକୁ କହିଛନ୍ତି ଯେ, "କୃଷି ମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ନିରନ୍ତର ଏହି ପ୍ରସଙ୍ଗରେ ଆଲୋଚନା କରୁଛନ୍ତି। ଖୁବ ଶୀଘ୍ର ଏ ନେଇ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ହେବ। ମୁଁ ଆଶା କରୁଛି ୪୦ଟି କୃଷକ ସଂଗଠନ, ଯେଉଁମାନେ ପୂର୍ବରୁ ଆଲୋଚନା ପାଇଁ ଆସିଥିଲେ ସେମାନେ ମଧ୍ୟ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନାରେ ଯୋଗଦେବେ ଏବଂ ଶେଷ ସିଦ୍ଧାନ୍ତରେ ପହଞ୍ଚିବେ।’’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/t-130.jpg)