ଲାହୋର : ପାକିସ୍ତାନୀ ସାମ୍ବାଦିକ ଆରୁସା ଆଲମ ଏବେ ଭାରତରେ ବେଶ୍ ଚର୍ଚ୍ଚାରେ ଅଛନ୍ତି। ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ବାନ୍ଧବୀ ଆରୁସା ଆଲମ୍ଙ୍କର ଆଇଏସ୍ଆଇ ସହ ସମ୍ପୃକ୍ତି ଅଛି ଏବଂ ଉକ୍ତ ଘଟଣାର ତଦନ୍ତ ହେବ ବୋଲି ପଂଜାବର ଉପମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂହ ରନ୍ଧୱା କହିଥିଲେ। ଆଜି ଆରୁଆ ଆଲମ୍ ଉକ୍ତ ଘଟଣାରେ ମୁହଁ ଖୋଲିଛନ୍ତି। ସାମ୍ବାଦିକା ଆରୁସା କହିଛନ୍ତି, ଯଦି ଭାରତୀୟ ସଂସ୍ଥା ଦ୍ବାରା ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୁଏ ତେବେ ସେ ଏଥିରେ ସହଯୋଗ କରିବେ। ଆରୁସା କହିଛନ୍ତି, ତାଙ୍କ ବିରୋଧରେ ଥିବା ଭିତ୍ତିହୀନ ଅଭିଯୋଗର ତଦନ୍ତ ପାଇଁ ଭାରତ ମଧ୍ୟ ତୃତୀୟ ରାଷ୍ଟ୍ରର ତଦନ୍ତକାରୀ ଦଳଙ୍କୁ ନିୟୋଜିତ କରିପାରିବ। ୧୬ ବର୍ଷ ପୂର୍ବେ କିଛି କାରଣ ପାଇଁ ତାଙ୍କୁ ଭାରତୀୟ ଭିସା ମିଳିନଥିଲା। ତେବେ ତଦନ୍ତ ପରେ ଭାରତ ସରକାର ଶେଷରେ ତାଙ୍କୁ ଭିସା ଦେଇଥିଲେ। ଏହି ୬୭ ବର୍ଷୀୟ ସାମ୍ବାଦିକା ଆରୁସା କହିଛନ୍ତି, ସେ ଗତ ନଭେମ୍ବରରେ ଭାରତ ଆସିଥିଲେ। ବିବାଦ ପରେ ବି କ୍ୟାପଟେନ ସାହେବ ତାଙ୍କର ଜଣେ ଭଲ ବନ୍ଧୁ ବୋଲି ସେ କହିଛନ୍ତି। ଆରୁସା କହିଛନ୍ତି, ଆଇଏସ୍ଆଇ ସହ ତାଙ୍କର ସମ୍ପୃକ୍ତି ଥିବା ନେଇ ଯେଉଁ ଅଭିଯୋଗ ହୋଇଛି ତାହା ନବଜୋତ ସିଂହ ସିଦ୍ଧୁଙ୍କ ମୁଖ୍ୟ ରଣନୀତିକାର ମହମ୍ମଦ ମୁସ୍ତାଫାଙ୍କ ମାନସ ସନ୍ତାନ।
ଭାରତୀୟ ସଂସ୍ଥା ଦ୍ବାରା ତଦନ୍ତ ସାମ୍ନା କରିବାକୁ ପ୍ରସ୍ତୁତ: ଆରୁସା ଆଲମ୍
ଆଇଏସ୍ଆଇ ସହ ସମ୍ପୃକ୍ତି ଅଭିଯୋଗ
/sambad/media/post_attachments/wp-content/uploads/2021/10/arush.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)