ବେଜିଙ୍ଗ୍: ପାରସ୍ପରିକ ବିଶ୍ବାସ ବୃଦ୍ଧି ଓ ସଠିକ ଭାବେ ମତପାର୍ଥକ୍ୟ ସମାଧାନ କରି ଭାରତ ସହ କାମ କରିବାକୁ ଚୀନ୍ ପ୍ରସ୍ତୁତ ବୋଲି ସୋମବାର ଦିନ ଚୀନ୍ର ବୈଦେଶିକ ମନ୍ତ୍ରାଳୟ କହିଛି। ମନ୍ତ୍ରାଳୟ ଆହୁରି ମଧ୍ୟ କହିଛି ଯେ, ଦୁଇ ଦେଶଙ୍କ ସାମ୍ନାରେ ଥିବା ‘ଉଚିତ ମାର୍ଗ’ ହେଉଛି ପରସ୍ପର ପ୍ରତି ସମ୍ମାନ ପ୍ରଦର୍ଶନ କରିବା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ବାଧୀନତା ଦିବସ ଭାଷଣ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଚୀନ୍ର ବୈଦେଶିକ ମନ୍ତ୍ରାଳୟ ଏ କଥା କହିଛି। ଭାଷଣରେ ପ୍ରଧାନମନ୍ତ୍ରୀ ଭାରତୀୟ ସଶସ୍ତ୍ର ବାହିନୀକୁ ସୁଦୃଢ଼ କରିବା ପ୍ରସଙ୍ଗରେ ଅବତାରଣା କରିବା ସହ ଦେଶର କ୍ଷେତ୍ରୀୟ ଅଖଣ୍ଡତା ଶ୍ରେଷ୍ଠ ବୋଲି କହିଥିଲେ।
Image Courtesy of The Printମୋଦୀଙ୍କ ଭାଷଣ ବିଷୟରେ ମନ୍ତବ୍ୟ ଦେବାକୁ କୁହାଯିବାରୁ ଚୀନ୍ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଝଓ ଲିଜିଆନ୍ କହିଲେ, ଆମେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣ ଶୁଣିଛୁ। ଆମ୍ଭେମାନେ ଘନିଷ୍ଠ ପଡ଼ୋଶୀ। ଏକ ବିଲିୟନ୍ରୁ ଅଧିକ ଜନସଂଖ୍ୟ ଥିବା ଦେଶ ଭାବେ ଆମ୍ଭେ ଉଭା ହୋଇଛୁ। ତେଣୁ, ଦ୍ବିପାକ୍ଷିକ ସମ୍ପର୍କର ସୁସ୍ଥ ବିକାଶ କେବଳ ଦୁଇ ଦେଶର ଜନତାଙ୍କ ସ୍ବାର୍ଥ ସାଧନ କରୁନାହିଁ, ଏ ଅଞ୍ଚଳ ସହ ସମଗ୍ର ବିଶ୍ବେରେ ସ୍ଥିରତା, ଶାନ୍ତି ଓ ସମୃଦ୍ଧି ରକ୍ଷା କରୁଛି। ଏହି ଦ୍ବିପାକ୍ଷିକ ଆମର ଦୀର୍ଘମିଆଦୀ ସ୍ବାର୍ଥ ରକ୍ଷା କରୁଥିବାରୁ ଦୁଇ ପକ୍ଷଙ୍କ ଆଗରେ ଥିବା ଠିକଣା ମାର୍ଗଟି ହେଉଛି ପରସ୍ପରକୁ ସମ୍ମାନ ଓ ସମର୍ଥନ କରିବା।
ଚୀନ୍ର ରାଷ୍ଟ୍ରାୟତ ଗଣମାଧ୍ୟମ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣକୁ ସମୀକ୍ଷା କରି କହିଛି ଯେ, ଚୀନ୍ ପରିପ୍ରେକ୍ଷୀରେ ଏହା ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ପରବର୍ତ୍ତୀ ସମୟରେ ମୋଦୀ କ’ଣ କରୁଛନ୍ତି ତାହା ଉପରେ ଦୃଷ୍ଟି ଦେବା ଉଚିତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/modi-ji.jpg)