‘ସିଂଘମ୍’ ସଜ୍ଜନାର ! ହାଇଦ୍ରାବାଦ ଡାକ୍ତରାଣୀ ଦୁଷ୍କର୍ମ ଅଭିଯୁକ୍ତଙ୍କ ଏନକାଉଣ୍ଟର ପଛର ଅସଲ ନାୟକ

ହାଇଦ୍ରାବାଦ: ହାଇଦ୍ରାବାଦ ମହିଳା ଡାକ୍ତରଙ୍କ ଗଣଦୁର୍ଷ୍କମରେ ସଂପୃକ୍ତ ୪ ଅଭିଯୁକ୍ତଙ୍କୁ ଆଜି ସକାଳେ ତେଲେଙ୍ଗାନା ପୁଲିସ ଏନକାଉଣ୍ଟର କରିଛି । ଦୁଷ୍କର୍ମକାରୀଙ୍କୁ ଘଟଣାର ରିକ୍ରିଏଟ୍ ପାଇଁ ଘଟଣାସ୍ଥଳକୁ ପୁଲିସ ନେଇ ପଚରାଉଚରା କରୁଥିବା ସମୟରେ ସେଠାରୁ ସେମାନେ ଫେରାର ହେବାକୁ ଉଦ୍ୟମ କରିଥିଲେ । ୪୪ ନମ୍ବର ଜାତୀୟ ରାଜପଥ ଯେଉଁଠି ଡାକ୍ତରାଣୀଙ୍କ ଅର୍ଦ୍ଧଦଗ୍ଧ ମୃତ ଶରୀର ମିଳିଥିଲା ଉକ୍ତ ସ୍ଥାନରେ ୪ ଅଭିଯୁକ୍ତଙ୍କୁ ପୁଲିସ ଏନକାଉଣ୍ଟର କରିଛି । ଏହି ଏନକାଉଣ୍ଟରର ଶ୍ରେୟ ପୁଲିସ୍ କମିଶନର୍ ଭି.ସି.ସଜ୍ଜନାରଙ୍କୁ ଦିଆଯାଉଛି। ଗଣମାଧ୍ୟମ ତାଙ୍କୁ ଅସଲି ସିଂଘମ୍ ଆଖ୍ୟା ଦେଇଛି।

www.suryasamachar.com

ହାଇଦ୍ରାବାଦ୍ ପୁଲିସର ଏନକାଉଣ୍ଟର ସ୍ପେଶାଲିଷ୍ଟ୍ ଭାବେ ଜଣାଶୁଣା ଭି.ସି.ସଜ୍ଜନାର ଘଟଣାର ୧୦ ଦିନ ମଧ୍ୟରେ ହିଁ ପୀଡିତାଙ୍କୁ ନ୍ୟାୟ ଦେବାରେ ସଫଳ ହୋଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ସେ ଏନକାଉଣ୍ଟର ନିର୍ଦ୍ଦେଶ ଦେଇଥିବା କଥା କୁହାଯାଉଛି । ଯଦିଓ  କିଛି ବୁଦ୍ଧିଜୀବୀ ଏହି ଘଟଣାକୁ ନିନ୍ଦା କରୁଛନ୍ତି, କିନ୍ତୁ ଜନତା, ଗଣମାଧ୍ୟମ ଏବଂ ଅନ୍ୟ ମହଲରୁ ପୁଲିସ୍ କମିଶନରଙ୍କ ନିଷ୍ପତ୍ତି ଏବଂ ହାଇଦ୍ରାବାଦ୍ ପୁଲିସକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି ।

୨୦୦୮ରେ ମଧ୍ୟ ଭି.ସି.ସଜ୍ଜନାର ଚର୍ଚ୍ଚାର ପରିସରକୁ ଆସିଥିଲେ । ତେଲେଙ୍ଗାନାରେ ଜଣେ କଲେଜ ଛାତ୍ରୀଙ୍କୁ ଏସିଡ ମାଡ ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରାଯାଇଥିଲା । ସେତେବେଳେ ମଧ୍ୟ ଏସିଡ ମାଡ ଘଟଣାଟି ତୀବ୍ର ଜନ ଅସନ୍ତୋଷ ସୃଷ୍ଟି କରିଥିଲା । ପୁଲିସ ରିମାଣ୍ଡରେ ଥିବା ୩ ଅଭିଯୁକ୍ତ ପୁଲିସ ସହ ଧସ୍ତାଧସ୍ତି ଆରମ୍ଭ କରିଥିବା ବେଳେ ପୁଲିସ ଏନକାଣ୍ଟର କରିଥିଲା । ସୂଚନା ଅନୁଯାୟୀ, ଭି.ସି.ସଜ୍ଜନାର ୨୦୧୮ ମସିହା ମାର୍ଚ୍ଚ ମାସରେ ହାଇଦ୍ରାବାଦ ପୁଲିସ କମିଶନର୍ ଭାବେ ଅବସ୍ଥାପିତ ହୋଇଥିଲେ।

ସମ୍ବନ୍ଧିତ ଖବର