ଫ୍ଲିପକାର୍ଟରେ ରିୟଲ ମି-୨ ସ୍ମାର୍ଟଫୋନର ବିକ୍ରି ଆରମ୍ଭ

ନୂଆଦିଲ୍ଲୀ : ନୂଆ ଇ-କମର୍ସ ଓପୋ ସ୍ମାର୍ଟଫୋନର ସବ୍‌-ବାଣ୍ଡ୍‌ ରିୟଲ ମି ଏହାର ସ୍ମାର୍ଟଫୋନ ରିୟଲ ମି-୨ର ବିକ୍ରି ଆଜିଠାରୁ ଫ୍ଲିପ୍‌କାର୍ଟରେ ଆରମ୍ଭ କରିଛି। ଏଥିରେ ନୋଚ୍‌ ସ୍କ୍ରିନ୍‌ ଥିବାବେଳେ ଏହାର ମୂଲ୍ୟ ଭାରତରେ ୧୦ ହଜାର ଟଙ୍କା ରହିଛି। ଆଜି ଏଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ଫୋନର ଲଞ୍ଚ୍‌ କରାଯାଇଛି ।

ରିୟଲ ମି-୨ର ଡାଇମଣ୍ଡ ରେଡ୍‌, ବ୍ଳାକ୍‌ ଏବଂ ବ୍ଲୁ ଭ୍ୟାରିଆଣ୍ଟରେ ଉପଲବ୍ଧ ହେଉଥିବାବେଳେ। ଏଥିରେ ଡୁଆଲ୍‌ ପଛ କ୍ୟାମେରା, ଫିଙ୍ଗରପ୍ରିଣ୍ଟ ସେନସର, ଶକ୍ତିଶାଳୀ ୪୨୩୦ଏମଏଏଚ୍‌ ବ୍ୟାଟେରୀ ରହିଛି। ଏହାରପୂର୍ବ ମଡେଲରେ ୩୪୧୦ ଏମ୍‌ ଏଏଚ୍‌ ବ୍ୟାଟେରୀ ଥିଲା। ଏହି ନୂତନ ସ୍ମାର୍ଟଫୋନ୍‌ରେ ୨୦ ପ୍ରତିଶତ ଅଧିକ ଦୀର୍ଘସ୍ଥାୟୀ ବ୍ୟାଟେରୀ ରହିଛି।
ଏହି ଅବସରରେ ରିୟଲ ମିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମାଧବ ସେଠ୍‌ କହିଲେ,‘ ରିୟଲ ମି-୨ ଗ୍ରାହକଙ୍କ ମଧ୍ୟରେ ସକାରାତ୍ମକ ପ୍ରତିକ୍ରିୟା ସୃଷ୍ଟି କରିବାକୁ ସକ୍ଷମ ହେବ। ଏହା ଫ୍ଲିପ୍‌ କାର୍ଟରେ ଉପଲବ୍ଧ ହେଉଛି। ଆମର ପୂର୍ବ ସ୍ମାଟଫୋନ୍‌ ଗୁଡ଼ିକ ଆଶା ଜନକ ସଫଳତା ହାସଲ କରିଥିବାବେଳେ ଏହାର ପୁନରାବୃତ୍ତି ଏହି ନୂତନ ସ୍ମାର୍ଟଫୋନ୍‌ରେ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହି ନୂଆ ଫୋନ୍‌ ଗ୍ରାହକ ଆଦୃତି ଳାଭ କରିବ ବୋଲି ଆମର ଆଶା ଓ ବିଶ୍ୱାସ ରହିଛି।

ସମ୍ବନ୍ଧିତ ଖବର