ଚାକଚକ୍ୟଠାରୁ ଦୂରରେ ବରୋଦା ରାଣୀ

ବରୋଦା : ରାଧିକାରାଜେ ଗାଏକ୍ବାଡ୍‌ ବରୋଦାର ମହାରାଣୀ। ୱାଙ୍କନେର ରାଜ ପରିବାରରେ ସେ ଜନ୍ମ ହୋଇଥିଲେ। ବରୋଦା ମହାରାଜା ସମରଜିତ୍‌ଙ୍କୁ ସେ ବିବାହ କରିଛନ୍ତି। ତେବେ ଏକ ରାଜପରିବାରରେ ଜନ୍ମ ହୋଇ ଏବଂ ଜଣେ ରାଜୁକମାରଙ୍କ ପତ୍ନୀ ହୋଇ ମଧ୍ୟ ସେ ସାଧାରଣ ଜୀବନ ଜିଇଁଛନ୍ତି। ଚାକଚକ୍ୟଠାରୁ ସେ ନିଜକୁ ଦୂରେଇ ରଖିଛନ୍ତି। ରାଧିକାରାଜେଙ୍କ ବାପା ମହାରାଜକୁମାର ଡ.ରଣଜିତସିଂହଜୀ ରାଜ ପରିବାରରୁ ପ୍ରଥମ କରି ନିଜ ନାମରୁ ଟାଇଟେଲ୍‌ ହଟାଇ ଦେଇଥିଲେ। ରାଜ ପଦବୀ ଛାଡି ସେ ଆଇଏଏସ ଅଧିକାରୀ ହୋଇଥିଲେ।

ରାଧିକରାଜେ ଏକ ସାକ୍ଷାତକାରରେ କହିଛନ୍ତି ୧୯୮୪ ରେ ଭୋପାଳ ଗ୍ୟାସ ବିସ୍ପୋରଣ ସମୟରେ ତାଙ୍କ ବାପା ସେଠାରେ କମିଶନର୍ ଥିଲେ। ଭୋପାଳ ଘଟଣା ସମୟରେ ତାଙ୍କୁ ମାତ୍ର ୬ ବର୍ଷ ହୋଇଥିଲା। କିନ୍ତୁ ତାଙ୍କ ବାପା ତାଙ୍କ କର୍ତ୍ତବ୍ୟକୁ ନିର୍ଭୟରେ କରୁଥିବା ଏବଂ ଲୋକଙ୍କୁ ସାହାଯ୍ୟ କରୁଥିବା କଥା ତାଙ୍କର ମନେ ଅଛି। ରାଧିକାରାଜେ କହିଛନ୍ତି “ସେଦିନ ରାତିରେ ସେ ତାଙ୍କ ଜୀବନର ଗୁରୁତ୍ବପୂର୍ଣ୍ଣ ଏବଂ ପ୍ରଥମ ଶିକ୍ଷା ଶିଖିଥିଲେ ଏବଂ ତାହା ହେଉଛି ଯେବେ ଯାଏଁ ଅଙ୍ଗୁଳି ନ ଉଠାଇଛ ସେବେ ଯାଏ ପରିବର୍ତ୍ତନର ଆଶା କରାଯାଇପାରିବ ନାହିଁ। ଏହି ଶିକ୍ଷା ତାଙ୍କୁ ତାଙ୍କ ବାପା ଦେଇଥିଲେ । ଏହାର କିଛି ବର୍ଷ ପରେ ସେ ପରିବାର ସହ ଦିଲ୍ଲୀ ଚାଲି ଆସିଥିଲେ। ସେଠାରେ ସେ ସାଧାରଣ ଭାବେ ଜୀବନ ଜିଇଁଲେ। କାରଣ ତାଙ୍କ ମା’ ତାଙ୍କୁ ସ୍ବାଧୀନ ଭାବେ ଜିଇଁବାକୁ ଚାହୁଥିଲେ।

ଇତିହାସରେ ସ୍ନାତକ କରିବାପରେ ସେ ସାମ୍ବାଦିକ ଭାବେ ୩ବର୍ଷ ଚାକିରି କରିଥିଲେ। ଏଥିସହ ସେ ମାଷ୍ଟର୍‌ ଡିଗ୍ରି ମଧ୍ୟ କରିଥିଲେ। ତେବେ ରାଜ ପରିବାରରୁ ପ୍ରଥମ ମହିଳାଭାବେ ସେ ଚାକିରି କରିଥିଲେ।। ତାଙ୍କ ପରିବାରରେ ଅନ୍ୟ ଝିଅମାନେ ୨୧ ବର୍ଷରୁ ବିବାହ କରିଦିଅନ୍ତି। ଏହାପରେ ରାଧିକାରାଜେଙ୍କର ବିବାହ ହୋଇଥିଲା। ବରୋଦା ମହାରାଜାଙ୍କୁ ବିବାହ କରିବାପରେ ସେ ସ୍ଥାନୀୟ ବୁଣାକାରଙ୍କୁ ସଶକ୍ତ କରିବା ଦିଗରେ କାର୍ଯ୍ୟ କରିଥିଲେ।

ସମ୍ବନ୍ଧିତ ଖବର