ଅଯୋଧ୍ୟା: ବିଶାଳ ରାମ ମନ୍ଦିର ନିର୍ମାଣ ନିମନ୍ତେ ଉତ୍‌ଖନନ ଚାଲିଥିବା ଅଯୋଧ୍ୟା ରାମ ମନ୍ଦିରସ୍ଥଳରୁ ଗୋଟାଏ ପ୍ରାଚୀନ ମନ୍ଦିରର ଅବଶେଷ ଆବିଷ୍କୃତ ହୋଇଥିବା କଥା ‘ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର’ର ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି।

Advertisment

ଏ ବିଷୟରେ ‘ଏକ୍ସ୍‌’ କରି ରାୟ ଲେଖିଛନ୍ତି: ଶ୍ରୀରାମ ଜନ୍ମଭୂମିରେ ଉତ୍‌ଖନନ ବେଳେ ପ୍ରାଚୀନ ମନ୍ଦିରର ଅବଶେଷ ଆବିଷ୍କୃତ ହୋଇଛି। ଆବିଷ୍କାର କରାଯାଇଥିବା ଅବଶେଷ ମଧ୍ୟରେ ଅଛି କେତୋଟି ପ୍ରତିମା ଓ ସ୍ତମ୍ଭ। ଏଥିସହିତ ଉତ୍‌ଖନନସ୍ଥଳରୁ ଆବିଷ୍କୃତ ଅବଶେଷଗୁଡ଼ିକର ଫଟୋ ମଧ୍ୟ ସେ ସେୟାର୍‌ କରିଛନ୍ତି। ଆବିଷ୍କୃତ ଅବଶେଷ ସବୁକୁ ଗୋଟାଏ ଅସ୍ଥାୟୀ ‘ସେଡ୍‌’ରେ ସଜାଇ ରଖାଯାଇଛି।

publive-image Image Courtesy of The Hans India

କେତେକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି, ‘ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍‌’ର ବରିଷ୍ଠ ସାଧୁସନ୍ଥମାନେ କହିଛନ୍ତି ଯେ, ୨୦୨୪ ଜାନୁଆରି ତୃତୀୟ ସପ୍ତାହରେ ଅଯୋଧ୍ୟାରେ ନବନିର୍ମିତ ରାମ ମନ୍ଦିର ଉଦ୍‌ଘାଟନ କରାଯିବ। ଉଦ୍‌ଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏ ପର୍ଯ୍ୟନ୍ତ କୌଣସି ସୂଚନା ଆସିନାହିଁ।

ସୂଚନାଯୋଗ୍ୟ, ଗତ ସପ୍ତାହରେ ‘ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର’ ‘ଏକ୍ସ୍‌’ ପୋଷ୍ଟ୍‌ରେ ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିରର ପ୍ରଥମ ମହଲାର ଫଟୋ ସେୟାର୍‌ କରିଥିଲା। ସେଥିରେ ଉଲ୍ଲେଖ ଥିଲା ‘ଶ୍ରୀରାମ ଜନ୍ମଭୂମି ମନ୍ଦିର- ପ୍ରଥମ ମହଲା।